ନିଜାମୁଦ୍ଦିନରୁ ଫେରୁଥିବା ବ୍ୟକ୍ତି ସରକାରଙ୍କୁ ତଥ୍ୟ ଜଣାନ୍ତୁ

ଭୁବନେଶ୍ୱର ()ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି । ତବଲିଗି ଜମାତରୁ ଫେରିଥିବା ୨୮ଜଣଙ୍କୁ ଯୋଗାଯୋଗ କରାଯାଇଛି । ନମୁନା ପରୀକ୍ଷାରେ ୨୫ଜଣ ନେଗେଟିଭ ଓ ୩ଜଣ ପଜିଟିଭ ରହିଛି । ଏହାସହ ନିଜାମୁଦ୍ଦିନରୁ ଫେରୁଥିବା ବ୍ୟକ୍ତି ସରକାରଙ୍କୁ ତଥ୍ୟ ଜଣାନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ତଥ୍ୟ ଜଣାଇଲେ ସ୍ୱାସ୍ଥ୍ୟସେବା ସରକାର ଯୋଗାଇବେ ବୋଲି ସେ କହିଛନ୍ତି । ଯଦି ନିଜାମୁଦ୍ଦିନରୁ ଫେରିଛନ୍ତି ନିର୍ଭୟ ଭାବେ ଆଗକୁ ଆସନ୍ତୁ । ଲଜ୍ଜା ଓ ଭୟ କଲେ ସମସ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ । ଜଣେ ବ୍ୟକ୍ତି କରୋନା ସଂକ୍ରମିତ ଜଣାପଡ଼ିଲେ ସରକାର ଯାଞ୍ଚ କରନ୍ତି । ସେ କେଉଁଠିକି ଯାଇଥିଲେ, କାହା ସଂସ୍ପର୍ଶରେ ଆସିଥିଲେ ଯାଞ୍ଚ ହୁଏ । କଣ୍ଟାକ୍ଟ ଲିଷ୍ଟ ମିଳିଲା ପରେ ରାତାରାତି ଯୋଗାଯୋଗ କରାଯାଏ । କଣ୍ଟାକ୍ଟ ଟ୍ରେସିଂ ପୂର୍ବରୁ ୧୦୪ ନମ୍ବରକୁ ନିଜ ପକ୍ଷରୁ ଫୋନ କରି ଜଣାନ୍ତୁ ବୋଲି ସେ କହିଛନ୍ତି । ଏହାସହ ପ୍ରଶାସନ ଓ ପୋଲିସକୁ ତାଙ୍କ କାମ କରିବାକୁ ଦିଅନ୍ତୁ ବୋଲି ବାଗଚୀ କହିଛନ୍ତି । କୌଣସି ଡାକ୍ତରଖାନା କର୍ମଚାରୀ ଓ ଡାକ୍ତରଙ୍କ ଉପରେ ଚାପ ପକାନ୍ତୁନି ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 + 19 =