ତୃତୀୟ ଆକ୍ରାନ୍ତ ଜଣଙ୍କ ୧୧୨ଜଣ ସଂସ୍ପର୍ଶରେ ଆସିଛନ୍ତି: ବାଗଚୀ

ଭୁବନେଶ୍ୱର, () ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ୨୪ଘଣ୍ଟାର ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ପ୍ରତି ପଞ୍ଚାୟତରେ ନିରାଶ୍ରୟ ଦୁଃସ୍ଥ ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯିବ । କରୋନା ମୁକାବିଲା ନେଇ ସରକାର ସବୁ ପ୍ରକାର ପ୍ରୟାସ କରୁଛନ୍ତି । ଓଡ଼ିଶାରେ ଅଟକିଥିବା ଅନ୍ୟ ରାଜ୍ୟର ଲୋକଙ୍କ ପାଇଁ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି ହୋଇଛି । ସେମାନଙ୍କ ପାଇଁ ୧୮୦୦-୩୪୫୬୭୦୩ ନମ୍ବର ଜାରି ହୋଇଛି । ୧୦୪ ହେଲ୍ପଲାଇନ ନମ୍ବର ଅପଗ୍ରେଡ଼େସନ ପାଇଁ ସକାଳ ୬ରୁ ୭ଟା ଆସନ୍ତାକାଲି ବନ୍ଦ ରହିବ ବୋଲି ବାଗଚୀ କହିଛନ୍ତି ।

ବିଶ୍ୱରେ ଏପର୍ଯ୍ୟନ୍ତ ୧୯୯ଟି ଦେଶରେ କରୋନା ପହଞ୍ଚିଛି । ବିଶ୍ୱରେ ୬ଲକ୍ଷ ୧ହଜାର ୨୦ଜଣ କରୋନାରେ ସଙ୍କ୍ରମିତ ଅଛନ୍ତି । ଆଜି ଦିନ ୧୨ଟା ସୁଦ୍ଧା ରାଜ୍ୟରେ ୨୫୬ଟି ନମୁନା ପଠାଯାଇଥିଲା । ଏପର୍ଯ୍ୟନ୍ତ ସେହି ୩ଟି ପଜିଟିଭ୍ ରିପୋର୍ଟ ଆସିଛି । ତିନି ଆକ୍ରାନ୍ତ ଜଣକ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଟ୍ରେସ୍ କରାଯାଉଛି । ତୃତୀୟ ଆକ୍ରାନ୍ତ ଜଣଙ୍କ ସଂସ୍ପର୍ଶରେ ୧୧୨ଜଣ ଆସିଥିବା ବାଗଚୀ କହିଛନ୍ତି । ସେମାନଙ୍କ ମଧ୍ୟରୁ ୧୫ଜଣଙ୍କୁ ଛାଡ଼ି ଅନ୍ୟମାନଙ୍କ ସହ ଯୋଗାଯୋଗ କରାଯାଇଛି । ଏହାସହ ବର୍ତ୍ତମାନ ମଧ୍ୟ ୫୬ଜଣ ସନ୍ଦିଗ୍ଧ ବ୍ୟକ୍ତି ବିଭିନ୍ନ ଚିକିତ୍ସାଳୟରେ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

17 + nine =