ଓଡିଶାରେ କରୋନା ରୋଗୀଙ୍କ ସଂଖ୍ୟା ୩୭ ହଜାର ଛୁଇଁପାରେ

ଭୁବନେଶ୍ୱର()  କରୋନା ଭାଇରସକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷୁ ସୂଚନା ଦିଆଯାଇଛି । ଆଇସି ମୁଖ୍ୟ ସୁବତ୍ର ବାଗଚୀ କହିଛନ୍ତି ଯେ, କରୋନା ପାଇଁ ଆଜି ମଧ୍ୟ ରାତିରୁ ସବୁ ଜିଲ୍ଲାରେ ଲକ୍-ଡାଉନ୍ ଲାଗୁ ହେବ । ଓଡିଶା ସରକାର ରାଜ୍ୟର ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରଖିଛନ୍ତି । କେବଳ ସ୍ୱାସ୍ଥ୍ୟ ଓ କୋଭିଡ-୧୯ ସମ୍ପର୍କିତ କାର୍ଯ୍ୟ ଜାରି ରହିବ । ଆଦି ଦିନ ୧୨ ସୁଦ୍ଧା ୧୧୦ଟି ନମୁନା ପରୀକ୍ଷା ହୋଇଛି । ସେଥିମଧ୍ୟରୁ କେବଳ ସେହି ପୂର୍ବରୁ ୨ଟି ପଜିଟିଭ୍ ରହିଛି । ୨ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବେଳେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୪୫ ଜଣ ଏବେ ଆଇସୋଲେସନରେ ରହିଛନ୍ତି । ୧୦୪ ନମ୍ବରରେ ୩,୮୬୧ ଜଣ ପଞ୍ଜୀକରଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ୧୦୦ ଜଣଙ୍କ ପାଖରେ କରୋନା ଲକ୍ଷଣ ଥିବା ସନ୍ଦେହ ହେଉଛି । ଭାରତରେ ୫୧୧ ଜଣ ଆକ୍ରାନ୍ତ ହୋଇଛନ୍ତି ।’

ଏହାସହ ବାଗଚୀ କହିଛନ୍ତି ଯେ, ‘କରୋନା ଆମକୁ ଆକ୍ରମଣ କରିବାକୁ ରାସ୍ତାରେ ଅପେକ୍ଷା କରିଛି । ଏବେ ପ୍ରାଣ ବଞ୍ଚାଇବାର ବେଳ, ତା ପଞ୍ଝାରୁ ବଞ୍ଚିବାକୁ ହେବ । ମେ ୩୨ ସୁଦ୍ଧା ଓଡିଶାର କରୋନା ସ୍ଥିତି ବିସ୍ଫୋରକ ହୋଇପାରେ । ଓଡିଶାରେ କରୋନା ରୋଗୀଙ୍କ ସଂଖ୍ୟା ୩୭ ହଜାର ଛୁଇଁପାରେ । ଅତିକମରେ ୨,୩୪୫ ଜଣ ପଜିଟିଭ୍ ରୋଗୀ ଚିହ୍ନଟ ହେବାର ଆକଳନ ରହିଛି । ଏହା ସହ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୮ ହଜାର ୬୪୩ ହେବା ଆଶଙ୍କା ରହିଛି ।

Share

Leave a Reply

Your email address will not be published. Required fields are marked *

16 − fifteen =