ରାଜ୍ୟରେ ପରୀକ୍ଷା କରିବା ଶକ୍ତି ୨ହଜାରରୁ ଅଧିକ

ଭୁବନେଶ୍ୱର()  କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ କରୋନା ସଂକ୍ରମିତ ପରିସରକୁ ଛୁଇଁବା ପରେ ସଂକ୍ରମଣ ହୁଏ । ସଂକ୍ରମିତ ବ୍ୟକ୍ତିଙ୍କ କାଶ, ଛିଙ୍କରୁ ମଧ୍ୟ ସଂକ୍ରମଣ ହୋଇପାରେ । କରୋନା ପାଇଁ ଆମେରିକା ସ୍ଥିତି ସବୁଠୁ ଖରାପ ରହିଛି । କିନ୍ତୁ ଭାରତରେ ଏଯାଏଁ କରୋନା ବିସ୍ଫୋରଣ ପର୍ଯ୍ୟାୟକୁ ଆସିନି ବୋଲି ବାଗଚୀ କହିଛନ୍ତି ।
ରାଜ୍ୟରେ ପରୀକ୍ଷା କରିବା ଶକ୍ତି ୨ହଜାରରୁ ଅଧିକ ରହିଛି । ଓଡ଼ିଶାରେ ଥିବା ୮ଟି ଲ୍ୟାବରେ ଟେଷ୍ଟିଂ ଚାଲିଛି । ଆଗକୁ ଆଉ ୪ଟି ଜିଲ୍ଳାରେ ଟେଷ୍ଟିଂ ଆରମ୍ଭ ହେବ । ଟେଷ୍ଟିଂର ମୂଳ ଲକ୍ଷ୍ୟ ପଜିଟିଭ୍ କେସକୁ ଧରିବା । ରାଜ୍ୟରେ ୨୫୦ଟି ଟେଷ୍ଟ କଲେ ଜଣେ ପଜିଟିଭ୍ ବାହାରୁଛି । ବିନା ଲକ୍ଷଣମୁକ୍ତ ଲୋକ ଆମକୁ ସଂକ୍ରମଣ କରିପାରନ୍ତି । ଆମକୁ ଆହୁରି ସତର୍କ, ଯତ୍ନବାନ ଓ ଦୂରତ୍ୱ ବଜାୟ ରଖିବା ଜରୁରୀ । ଆଇସିଏମଆର ଗାଇଡ଼ଲାଇନ ଅନୁଯାୟୀ ଟେଷ୍ଟ କରାଯାଏ । ଲକ୍ଷଣ ଥିଲେ, କଣ୍ଟାକ୍ଟ କେସ୍, ବିଦେଶ ଫେରନ୍ତାଙ୍କ ଟେଷ୍ଟିଂ କରାଯାଏ । ସ୍ୱାସ୍ଥ୍ୟକର୍ମୀଙ୍କ ଟେଷ୍ଟିଂ ପାଇଁ ମଧ୍ୟ ଗୁରୁତ୍ୱ ଦିଆଯିବ । ଆଜି ମଧୁସୂଦନନଗର ପଜିଟିଭ୍ ପୂର୍ବ ପଜିଟିଭଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି । ତାଙ୍କର ପ୍ରଥମ ଟେଷ୍ଟିଂରେ ନେଗେଟିଭ ଆସିଥିଲା, ଏବେ ପଜିଟିଭ୍ ଆସିଛି ।
ରାଜ୍ୟରେ ୧୨୨କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮ଜଣ ସୁସ୍ଥ ହୋଇଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ରାଜ୍ୟରେ କରୋନାରେ ୮୩ଜଣ ସକ୍ରିୟ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × four =