ମଣିଷ ପ୍ରତି ଘଣ୍ଟାରେ ୨୩ ଥର ଓ ଦିନକୁ ୩୬୮ ଥର ମୁହଁରେ ହାତ ଲଗାଇଥାଏ

ଭୁବନେଶ୍ୱର () କୋଭିଡ୍‌ ଯୁଦ୍ଧରେ ସେମାନେ ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଭଳି ଆଗରେ ରହିଛନ୍ତି । ଦିନ ରାତି କାମରେ ଲାଗିଛନ୍ତି । ସେମାନେ ହେଉଛନ୍ତି ଲାବେରେଟୋରୀ ଟେକନସିଆନ । ଯେଉଁମାନେ ପରୀକ୍ଷାଗାରରେ କାମ କରୁଛନ୍ତି । ସେମାନଙ୍କ ଉତ୍ସାହ ବଢ଼ାଇବା ସହ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃତଜ୍ଞତା ଜଣାଇଛନ୍ତି । ସେହିପରି ବ୍ରହ୍ମପୁର ଏମ୍‌କେସିଜି ଏବଂ ଯାଜପୁର କଳିଙ୍ଗନଗର ସ୍ଥିତ ଟାଟା କୋଭିଡ୍‌ ହସପିଟାଲ ଉଦଘାଟନ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପ୍ରିଲରୁ ଜୁନ୍‌ ଯାଏ ଛାତ୍ର ଛାତ୍ରୀଙ୍କ ଫି ଛାଡ଼ କିମ୍ବା ଫି ଦାଖଲ ସମୟ ଘୁଞ୍ଚାଇବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି । ଆଜି ସାମ୍ବାଦିକ ସମ୍ମଳନୀରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ସମ୍ପର୍କରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।
ଏହି ଅବସରରେ ସେ କହିଛନ୍ତି ଯେ ରାଜ୍ୟରେ ୨୧୩ ଜଣଆଇନ ଉଲ୍ଲଘଂନକାରୀଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ୬୩ ଜଣଙ୍କୁ ଗୁଜବ ପାଇଁ ଗିରଫ କରାଯାଇଛି ।
ସେ ଆହୁରି  ପରାମର୍ଶ ଦେଇଛନ୍ତି ଯେ ବିବିସିର ଏକ ସର୍ଭେ ଅନୁସାରେ ମଣିଷ ତାର ଅଭ୍ୟାସ ମୁତାବକ ପ୍ରତି ଘଣ୍ଟାରେ ୨୩ ଥର ଓ ଦିନକୁ ପ୍ରାୟ ୩୬୮ ଥର ମୁହଁରେ ହାତ ଲଗାଇଥାଏ । ତେବେ ମୁହଁ ଓ ନାକ ଦ୍ୱାରା କୋଭିଡ୍‌ ସଂକ୍ରମଣର ଆଶଙ୍କା ରହିଛି । ତେଣୁ ଅଜାଣତରେ ମୁହଁରେ ହାତ ଲାଗିବାରୁ ରୋକିବା ପାଇଁ ମାସ୍କ ପିନ୍ଧିବା ଜରୁରୀ । ସେଥିପାଇଁ ବାହାରକୁ ଆସିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ବୋଲି ଶ୍ରୀ ବାଗଚୀ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

18 − 8 =