ସ୍ୱାମୀକୁ ଇଟାରେ ଛେଚିଲା ସ୍ତ୍ରୀ

କେନ୍ଦୁଝର: ସାବିତ୍ରୀରେ ସ୍ୱାମୀଙ୍କୁ ପଥରରେ ଛେଚିଲା ସ୍ତ୍ରୀ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଝାଡଗାଁରୁ ଆସିଛି ଏଭଳି ଖବର । ଏହି ଗାଁର ମୋଟୁ ମୁଣ୍ଡାଙ୍କୁ ପଥରରେ ଛେଚି ଦେଇଛନ୍ତି ତାଙ୍କ ସ୍ତ୍ରୀ ଦୌପଦୀ ।
କୌଣସି ପାରିବାରିକ କଥାକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଯାହାକି ଉଗ୍ରରୂପ ଧାରଣ କରିଥିଲା । ଆଉ ମୋଟୁଙ୍କ ମୁଣ୍ଡକୁ ଇଟାରେ ଛେଚି ରକ୍ତାକ୍ତ କରିଥିଲେ ଦ୍ରୋପଦୀ । ତେବେ ମୋଟୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ଗାଁ ଲୋକେ । ତାଙ୍କୁ ରକ୍ତ ଜୁଡୁବଉହୁ ଅବସ୍ଥାରେ ଉଦ୍ଧାର କରି ବଡ଼ବିଲ ମେଡିକାଲରେ ଭର୍ତି କରାଯାଇଛି । ପୋଲିସ ଖବର ପାଇ ଘଟଣାର ଛାନଭିନ୍ କରୁଛି ।

Share

Leave a Reply

Your email address will not be published. Required fields are marked *

4 × 4 =