ବିନା ଅଥରାଇଜେସନ ଲେଟରରେ ଅଫିସ ଯାଇପାରିବେନି କର୍ମଚାରୀ

ଭୁବନେଶ୍ୱର- ଲକ୍ ଡାଉନ ଓ ସପ୍ତାହାନ୍ତ ସଟ୍ ଡାଉନ ବେଳେ ଅନେକ ବ୍ୟକ୍ତି ବିଭିନ୍ନ ସଂସ୍ଥାର ପରିଚୟପତ୍ର ଦେଖାଇ ଯାତାୟତ କରୁଛନ୍ତି । ତେବେ ଅନେକ ଫେକ୍ ଆଇଡି କାର୍ଡ ବା ଜାଲ ପରିଚୟ ପତ୍ର ଦେଖାଉଛନ୍ତି । ଯାହା ଏବେ ପୁଲିସ ପାଇଁ ମୁଣ୍ଡବିନ୍ଧା ସାଜିଛି । ବଡକଥା ହେଲା, ଗଣମାଧ୍ୟମ ସଂସ୍ଥା ତରଫରୁ ପ୍ରଦତ କାର୍ଡ ମଧ୍ୟ ଜାଲି ବାହାରିଛି । ତେଣୁ ଏହାକୁ ରୋକିବାକୁ ପୁଲିସ କମିଶନର ନୁଆ ଫର୍ମୁଲା କାଢ଼ିଛନ୍ତି । କେଉଁ ସଂସ୍ଥା କେଉଁମାନଙ୍କୁ ଅଫିସ ଆସିବାକୁ କହିଛନ୍ତି ତାହାର ଏକ ତାଲିକା ପ୍ରସ୍ତୁତ କରିବେ । ଏବଂ ଏହି ଷ୍ଟାଫ୍ ତାଲିକା ଡିସିପି ଅଫିସରେ ଦାଖଲ କରିବାକୁ ପଡିବ । ଅଫିସ ପ୍ରଦତ୍ତ ପରିଚୟପତ୍ର ସହ ଅଥରାଇଜେସନ୍ ଲେଟର ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଫଳରେ ଜାଲି ପରିଚୟପତ୍ରଧାରୀଙ୍କୁ ସାବାଡ କରି ହେବ । 

Share

Leave a Reply

Your email address will not be published. Required fields are marked *

2 × five =