ଗ୍ରାମ୍ୟ ବ୍ୟାଙ୍କରେ ଗୁଳିମାଡ଼

ଗ୍ରାମ୍ୟ ବ୍ୟାଙ୍କରେ ଗୁଳିମାଡ଼। ବଲାଙ୍ଗିର ଜିଲ୍ଲା ବିଜେପୁର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଘଟି ଯାଇଛି ଏମିତି ଏକ ଘଟଣା।
ବ୍ୟାଙ୍କ ମ୍ୟାନେଜରଙ୍କ ପେଟରେ ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ଯେ, ମଙ୍କି କ୍ୟାପ୍ ପିନ୍ଧି ବ୍ୟାଙ୍କକୁ ଆସିଥିବା ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ସେମାନେ ନୂଆ ଆକାଉଣ୍ଟ ଖୋଲିବେ ବୋଲି ବ୍ୟାଙ୍କ ମ୍ୟାନେଜରଙ୍କୁ କହିଥିଲେ ଓ ତା’ପରେ ହଠାତ୍ ଗୁଳି ଚଳାଇ ଫେରାର ହୋଇଯାଇଥିଲେ।
ଲୁଟ୍ ଉଦ୍ଦେଶ୍ୟରେ ଦୁଇ ଦୁର୍ବୃତ୍ତ ବ୍ୟାଙ୍କରେ ପଶିଥିବା କୁହାଯାଉଛି। ତେବେ ବ୍ୟାଙ୍କରୁ କେତେ ଟଙ୍କା ଲୁଟ୍ ହୋଇଛି, ତାହା ଜଣାପଡ଼ି ନାହିଁ।
ଲୁଟ୍ ଉଦ୍ଦେଶ୍ୟ ରଖି ଏହି ଗୁଳିକାଣ୍ଡ ଘଟିଛି ନା ଆଉ କିଛି କାରଣ ରହିଛି, ତାହା ବି ସ୍ପଷ୍ଟ ହୋଇନି।

Share

Leave a Reply

Your email address will not be published. Required fields are marked *

twenty − 15 =