ବିଧାନସଭା ଘେରିବ କଂଗ୍ରେସ

ଭୁବନେଶ୍ୱର: ବିଧାନସଭା ଘେରିବ କଂଗ୍ରେସ । ଓଡ଼ିଶା ଷ୍ଟାଫ ସିଲେକ୍ସନରେ ହୋଇଥିବା କେଳେଙ୍କାରୀ ପ୍ରସଙ୍ଗ ଉଠାଇ ତାତିଛି କଂଗ୍ରେସ । ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି ଆସନ୍ତାକାଲି ବିଧାନସଭା ଘେରିବା ନେଇ କହିଛି ଛାତ୍ର କଂଗ୍ରେସ । ତେବେ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଛାତ୍ର ସଭାପତି ୟାସିର ନୱାଜ ।

ସୂଚନା ଥାଉକି, ଆଗାମୀ ଦିନରେ ଷ୍ଟାଫ୍ ସିଲେକ୍ସନ କମିଶନ କାର୍ୟ୍ୟାଳୟ ଘେରାଉ କରିବା ସହିତ ବିଭିନ୍ନ ଜିଲ୍ଳାରେ ଜିଲ୍ଳାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ହେବ । ସେହିପରି ଛାତ୍ର କଂଗ୍ରେସ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏହି ପ୍ରସଙ୍ଗରେ ଦସ୍ତଖତ ଅଭିଯାନ କାର୍ୟ୍ୟକ୍ରମ କରିସାରିଛି ବୋଲି ୟାସିର୍ କହିଛନ୍ତି । ଷ୍ଟାଫ୍ ସିଲେକସନ ଦୁର୍ନୀତିରେ ଜଣେ ସାଧାରଣ କିରାଣୀକୁ ବହିଷ୍କାର କରି ଏବଂ ତାର ସମ୍ପତ୍ତିର ଭିଜିଲାନ୍ସ ତଦନ୍ତ କରାଇ ସରକାର ସ୍ୱଚ୍ଛତାର ଡିଣ୍ଡିମ ପିଟୁଛନ୍ତି । ରାଜ୍ୟର ବୁଦ୍ଧିଜୀବୀ ଓ ଛାତ୍ର ସମାଜକୁ ଭୂଆଁ ବୁଲାଇବା ପାଇଁ ରାଜ୍ୟ ସରକାର ଅପଚେଷ୍ଟା କରୁଛନ୍ତି । ଏ ମହାଦୁର୍ନୀତି ଜଣେ କିରାଣୀ ଦ୍ୱାରା ସମ୍ଭବ କି ବୋଲି ୟାସିର୍ ପ୍ରଶ୍ନ କରିଛନ୍ତି । ସାମ୍ୱାଦିକ ସମ୍ମିଳନୀରେ ସୁନିଲ ମାଟିଆ, ବିଶ୍ୱଭୂଷଣ ମହାପାତ୍ର, ବାବୁ ଜେନା, ଅଭିରାମ ଗୌଡ଼, ଅବିନାଶ ନନ୍ଦ, ଭାଗ୍ୟଶ୍ରୀ ମହାନ୍ତି ଓ କାର୍ତ୍ତିକ କାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

 

Share

Leave a Reply

Your email address will not be published. Required fields are marked *

seventeen − 5 =