ସୁନା ଦୋକାନୀ ଗ୍ରାହକଙ୍କ ଆଖିରେ ଧୂଳି ଦେଇ ଠକୁଛନ୍ତି ଲକ୍ଷ ଲକ୍ଷ ଟଙ୍କା

ଭୁବନେଶ୍ୱର()  ସୁନା ବିକ୍ରି ବେଳେ ବଡ ଧରଣର ହେରଫେର କରୁଛନ୍ତି ସୁନା ଦୋକାନୀ ।ରାଜ୍ୟରେ ଗ୍ରାହକଙ୍କୁ ସୁନା ଦୋକାନୀ ଠକୁଥିବା ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।

ଖାସକରି କଟକ ଓ ବାଲେଶ୍ୱରରେ ସର୍ବାଧିକ ସୁନା ଦୋକାନୀ ଗ୍ରାହକଙ୍କୁ ଠକିଥିବା ନେଇ ଗୃହରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ବିଭାଗ ପକ୍ଷରୁ ବିଭିନ୍ନ ଦୋକାନ ଉପରେ ଚଢାଉ କରି କାର୍ୟ୍ୟାନୁଷ୍ଠାନ ନିଆଯାଇଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଏହି ତାଲିକାରେ ବାଲେଶ୍ୱରର ୬ଟି, ଖୋର୍ଦ୍ଧାରେ ୪ଟି ଓ କଟକରେ ୭ଟି ସୁନା ଦୋକାନ ରହିଛି ।

ତେବେ ରାଜ୍ୟର ଅନ୍ୟ ସ୍ଥାନ ଗୁଡିକରେ ସୁନା ଦୋକାନ ଉପରେ ଚଢାଉ ହୋଇଥିବା ବେଳେ ଭୁବେନଶ୍ୱର ଓ ବ୍ରହ୍ମପୁରର କୌଣସି ସୁନା ଦୋକାନୀ ଉପରେ ଚଢାଉ ହୋଇନାହିଁ । ତେବେ ଏହି ଦୁଇ ସ୍ଥାନରେ ସୁନା ଦୋକାନ ଉପରେ କାହିଁକି ଚଢାଉ କରାଯାଉନାହିଁ ବୋଲି ବାଚସ୍ପତି ପ୍ରଶ୍ନ କରିବା ସହ ଏହି ଦୁଇ ଅଞ୍ଚଳରେ ଥିବା ଇନସପେକ୍ଟରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

ten + two =