ପରୀ ମୃତ୍ୟୁ ମାମଲାରେ ବାଚସ୍ପତିଙ୍କ ରୁଲିଂ

ଭୁବନେଶ୍ୱର()  ପରୀ ମୃତ୍ୟୁ ପ୍ରସଙ୍ଗରେ ଗୃହରେ ବାଚସ୍ପତି ସୂର୍ଯ୍ୟ ନାରାୟଣଙ୍କ ରୁଲିଂ । ପରୀ ମୃତ୍ୟୁ ଓ ବାପା, ମା’ଙ୍କ ଆତ୍ମହତ୍ୟ ଉଦ୍ୟମ ପ୍ରସଙ୍ଗରେ ରୁଲିଂ ହୋଇଛି । ବାଚସ୍ପତି କହିଛନ୍ତି ଯେ, ‘ବିରୋଧୀ ଦଳ ୪ଟି ପ୍ରସଙ୍ଗ ଉଠାଇଛନ୍ତି । ବାପା, ମା ସୁରକ୍ଷା ବଳୟ ଭେଦ କରି ବିଧାନସଭା ସମ୍ମୁଖକୁ ଆସିଛନ୍ତି । ଡିଜେଲ ଧରି ସେମାନେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ନୟାଗଡରେ ୩ ମାସ ହେଲା ମାମଲା ହୋଇଛି । ଜିଲ୍ଲାର ଜଣେ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଆସିଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଗୃହରେ ସବୁ ଶୁଣିଛନ୍ତି । ଏନେଇ କାଲି ବିସ୍ତୃତ ଉତ୍ତର ଦେବାକୁ ମନ୍ତ୍ରୀଙ୍କୁ ମୁଁ ନିର୍ଦ୍ଦେଶ ଦେଇଛି ବୋଲି ବାଚସ୍ପତି କହିଛନ୍ତି । ୪ଟି ଘଟଣାରେ କାଲି ବିସ୍ତୃତ ଉତ୍ତର ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

Share

Leave a Reply

Your email address will not be published. Required fields are marked *

5 × two =