କର୍ମଚାରୀଙ୍କ ଧର୍ମଘଟ ଉପରେ ଲାଗିଲା ଅଙ୍କୁଶ

ଭୁବନେଶ୍ୱର() ବିଧାନସଭାରେ ଅତିଆବଶ୍ୟକ ସେବା ସଂଶୋଧନ ବିଲ୍ ପାରିତ ହୋଇଛି । ବେଆଇନ୍ ଧର୍ମଘଟକୁ ପ୍ରୋତ୍ସାହିତ କଲେ ଏଣିକି ମିଳିବ ଜେଲଦଣ୍ଡ । ଧର୍ମଘଟ ପାଇଁ ସାଧାରଣ ଲୋକଙ୍କ ସୁରକ୍ଷା ବିପନ୍ନ ହେଲେ ଦଣ୍ଡିତ କରାଯିବ । ଆଇନ ଅନୁଯାୟୀ ଧର୍ମଘଟ କରୁଥିବା କର୍ମଚାରୀ ଦଣ୍ଡିତ ହେବେ । ବେଆଇନ ଧର୍ମଘଟକୁ ପ୍ରୋତ୍ସାହିତ କଲେ ୧ ବର୍ଷ ଜେଲ କିମ୍ବା ୫ ହଜାର ଟଙ୍କା ଜୋରିମାନା ହୋଇପାରେ । ନୂଆ ଅଧିନିୟମରେ କିଛି ସେବାକୁ ଅତିଆବଶ୍ୟକ ସେବା ଭାବେ ସାମିଲ କରାଯାଇଛି । ଯେପରିକି-ଅଗ୍ନି ନିରାପତ୍ତା, ସୂଚନା ଓ ଯୋଗାଯୋଗ, ଜଙ୍ଗଲ ବିଭାଗ, କାରଗାର ସଂସ୍କାର, ଆଇଟି ସେବା ଆଦି ସାମିଲ ରହିଛି । ଏସବୁ ସେବାରେ ବ୍ୟାଘାତ ସୃଷ୍ଟି ହେଲେ ସଂଶୋଧିତ ନିୟମ ଲାଗୁ ହେବ । ନୂଆକରି ସାମିଲ ବିଭାଗର କର୍ମଚାରୀ ସାମିଲ ହେଲେ ଦଣ୍ଡିତ ହେବେ ।

Share

Leave a Reply

Your email address will not be published. Required fields are marked *

1 × four =