ନବୀନ ନିବାସରୁ ଯୋଡି ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର() କରୋନା କଟକଣା ମଧ୍ୟରେ ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ମୌସୁମୀ ଅଧିବେଶନ । ଅଧିବେଶନରେ ରାଜ୍ୟ ସରକାର ୯ଟି ଅଧ୍ୟାଦେଶ ସମେତ ମୋଟ୍ ୧୬ଟି ବିଲ୍‌ ଆଗତ କରିବେ ବୋଲି ଜଣାପଡିଛି ।

ବିଧାନସଭା ମୌସୁମୀ ଅଧିବେଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । କୋଭିଡ୍‌ ମହାମାରୀ ସମୟରେ ଏହି ଅଧିବେଶନ ବସୁଥିବାରୁ ସାମାଜିକ ଦୂରତା ଓ ସଂକ୍ରମଣ ରୋକିବାକୁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ଗୃହରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ଭିଡିଓ କନଫରେନ୍ସିଂ ଜରିଆରେ ନବୀନ ନିବାସରୁ ଯୋଡି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲା ସ୍ତରରେ କିଛି ବିଧାୟକ ମଧ୍ୟ ଯୋଡି ହୋଇଛନ୍ତି । ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀଙ୍କ ସମେତ କିଛି ବିଧାୟକ ଜିଲ୍ଲା ସ୍ତରରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଡି ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen − 19 =