ଅସିତ ତ୍ରିପାଠୀ ହେଲେ ଉନ୍ନୟନ କମିଶନ

ଘରୋଇ ବିଭାଗ ଶାସନ ସଚିବ ଶ୍ରୀ ଅସିତ କୁମାର ତ୍ରିପାଠୀ ରାଜ୍ୟ ଉନ୍ନୟନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି । ଉନ୍ନୟନ କମିଶନର ଥିବା ଆର
ବାଲକ୍ରିଶ୍ନନ ଆଜି ସରକାରୀ ଚାକିରୀରୁ ଅବସର ଗ୍ରହଣ କରିବା ପରେ ଶ୍ରୀ ତ୍ରିପାଠୀଙ୍କୁ ତାଙ୍କ ସ୍ଥାନରେ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ଶ୍ରୀ ତ୍ରିପାଠୀ ଏଥି ସହିତ ଘରୋଇ ବିଭାଗର ଶାସନ ସଚିବ ଭାବେ ମଧ୍ୟ ଅତିରିକ୍ତ ଦାୟୀତ୍ୱ ତୁଲାଇବେ । ଆଜି ଏ ସକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି । ସମବାୟ ବିଭାଗ ଶାସନ ସଚିବ ଶ୍ରୀମତୀ ରଂଜନା ଚୋପ୍ରା ରାଜ୍ୟ ୱୟାର ହାଉସିଂ କରପୋରେସନର ଏମଡି ଭାବେ ଅତିରିକ୍ତ ଦାଇତ୍ୱରେ ରହିଲେ । ସେଠାରେ ଥିବା ଏମଡି ସଂଗ୍ରାମ ମିଶ୍ର ମଧ୍ୟ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × 3 =