କରୋନା ମୃତ୍ୟୁ ହାର ଓଡ଼ିଶାରେ ସବୁଠୁ କମ୍

ଭୁବନେଶ୍ୱର() ଆଜି କରୋନା ନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କରୋନା ପରି ସମସ୍ୟା ବିଶ୍ୱରେ ଆଗରୁ କେବେ ଦେଖାଯାଇ ନାହିଁ । ଓଡ଼ିଶାରେ ଆଗୁଆ କରାଯାଇଥିବା ପ୍ରସ୍ତୁତି ଓ ନିଷ୍ପତ୍ତିକୁ ସୁଫଳ ମିଳିଛି । ବୟସ୍କ ଲୋକଙ୍କ ସୁରକ୍ଷା ପ୍ରତି ଅଧିକ ସଚେତନ ହେବା ଜରୁରୀ ବୋଲି ସେ କହିଛନ୍ତି । କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହାର ଓଡ଼ିଶାରେ ସବୁଠୁ କମ୍ ରହିଛି । ପଞ୍ଚାୟତ ସ୍ତରରେ ସଙ୍ଗରୋଧ କେନ୍ଦ୍ର ତିଆରି କରାଯାଇ ଏକ ସଫଳ ନିଷ୍ପତ୍ତି ନିଆଯାଇଛି । କରୋନା ବିରୋଧୀ ମୁକାବିଲାରେ ଏହା ବେଶ୍ ସହାୟକ ହୋଇଛି । ପ୍ରାୟ ଏକ ଲକ୍ଷ୍ୟ ଲୋକ କ୍ୱାରେଣ୍ଟିନ ସାରି ଡିସଚାର୍ଯ ହୋଇଛନ୍ତି ।ଏପର୍ଯ୍ୟନ୍ତ୧ଲକ୍ଷ ୫୦ହଜାର ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିଛନ୍ତି ।ଏହାସହ ଓଡ଼ିଶା ମଡ଼େଲକୁ ସାରା ଦେଶରେ ପ୍ରଶଂସା କରାଯାଉଛି ।
ରାଜ୍ୟରେ ୧୫୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ୭୩୩ ଜଣ ସୁସ୍ଥ ହୋଇଛନ୍ତି ଓ ୭ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ୭୭୭ ଆକ୍ଟିଭ କେସ୍ ରହିଛି ।

Share

Leave a Reply

Your email address will not be published. Required fields are marked *

eighteen − 6 =