ଭୁଲ ରୁଟରେ ବସ୍ ନେଲେ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର() ଅନ୍ୟ ରାଜ୍ୟରୁ ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବାକୁ ପ୍ରସଙ୍ଗରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତିି ଯେ, ଓଡିଶାରେ କରୋନା ସ୍ଥିତି ଅନ୍ୟ ଦେଶ ତୁଳନାରେ ନିୟନ୍ତ୍ରଣରେ ରହିଛି । ଟ୍ରେନ୍ ଓ ବସ୍ ଯୋଗେ ପ୍ରବାସୀଙ୍କୁ ଓଡିଶା ଅଣାଯାଉଛି । ଆଜି ହଜାରରୁ ଅଧିକ ପ୍ରବାସୀ ଓଡିଶା ଆସିଛନ୍ତିି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପୂର୍ଣ୍ଣ ଚେଷ୍ଟା କରୁଛନ୍ତିି ।’

ତେବେ ସରକାରଙ୍କ ଏହି ଚେଷ୍ଟାକୁ ଆମେ ବିଫଳ ହେବାକୁ ଦେବୁନି ବୋଲି ଅସିତ୍ ତ୍ରିପାଠୀ କହିଛନ୍ତି । କେଉଁ ରୁଟରେ ବସ୍ ଯାଉଛି ତାହାକୁ ଅନୁଧ୍ୟାନ କରାଯାଉଛି । ଭୁଲ ରୁଟରେ ବସ୍ ନେଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ପ୍ରବାସୀ ଓଡିଆଙ୍କୁ ଜିଲ୍ଲା ବାହାରେ କ୍ୱାରେଣ୍ଟାଇନରେ ରଖାଯିବ । ନିୟମ ନ ମାନିଲେ କ୍ୱାରେଣ୍ଟାଇନର ଅବଧି ବଢାଯିବ । ଏହାକୁ ଖିଲାପ କଲେ ଗିରଫ ମଧ୍ୟ କରାଯିବ । କ୍ୱାରେଣ୍ଟାଇନ ଖିଲାପକାରୀଙ୍କ ଉପରେ ସରପଞ୍ଚ ନଜର ରଖିବେ ବୋଲି ଅସିତ୍ ତ୍ରିପାଠୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

15 − 4 =