ରାଜ୍ୟରେ ଦ୍ବିତୀୟ AIIMS ପାଇଁ ପ୍ରସ୍ତାବ

ଭୁବନେଶ୍ୱର() ରାଜ୍ୟରେ ଦ୍ବିତୀୟ AIIMS ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରଜେଶ ଭୂଷଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସୁନ୍ଦରଗଡ଼ ଜିଲ୍ଲାରେ AIIMS ପ୍ରତିଷ୍ଠା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି ।

ବିହାର ଭଳି ଓଡ଼ିଶାରେ ଦ୍ବିତୀୟ AIIMS ପାଇଁ ଅନୁମତି ଦେବାକୁ ପ୍ରସ୍ତାବ ଦିଆଯାଇଛି । ସୁନ୍ଦରଗଡ଼ରେ AIIMS ପାଇଁ ଭିତ୍ତିଭୂମି ରହିଥିବା ସେ ଜଣାଇଛନ୍ତି । ଏହା ସହ ସେ ଉଲ୍ଲେଖ କରିଛନ୍ତି ଯେ, ‘ମେଡିକାଲ ପ୍ରତିଷ୍ଠା ପାଇଁ ସୁନ୍ଦରଗଡରେ ଥିବା ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ସମସ୍ତ ପ୍ରକାର ସୁବିଧା ରହିଛି । ୧୦୦ MBBS ଛାତ୍ରଛାତ୍ରୀଙ୍କ ପଢ଼ିବା ପାଇଁ ଭିତ୍ତିଭୂମି ରହିଛି । ରେଳ ଏବଂ ବିମାନ ଯୋଗାଯୋଗ ସୁବିଧା ରହିଛି । ରାଜ୍ୟ ସରକାର ଓ NTPC ସହଭାଗିତାରେ ହସ୍ପିଟାଲ ନିର୍ମାଣ ହୋଇଛି ।’ ଏ ସବୁ ସୁବିଧ‌ା ଥିବା କଥା କହି ସୁନ୍ଦରଗଡ଼ରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ନେଇ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

Share

Leave a Reply

Your email address will not be published. Required fields are marked *

sixteen − 1 =