ପୁଣି ଅରୁଣଙ୍କ ସରପ୍ରାଇଜ ଭିଜିଟ

ଚୌଦାର()  ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଚୌଦାର କଲେଜକୁ ସରପ୍ରାଇଜ ଭିଜିଟ କରିଛନ୍ତି । ପାଠପଢା ଚାଲିଥିବା ସମୟରେ ହଠାତ ପହଞ୍ଚିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ବିଭିନ୍ନ ଶ୍ରେଣୀଗୃହ ବୁଲି ଦେଖିଥିଲେ । ଛାତ୍ରଛାତ୍ରୀମାନଙ୍କର ଅଳ୍ପସଂଖ୍ୟକ ଉପସ୍ଥାନ ଦେଖି ମନ୍ତ୍ରୀ ଅରୁଣ ସାହୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଧ୍ୟାପକମାନେ ପ୍ରତିଦିନ କଲେଜ ଆସୁଛନ୍ତି କି ନାହିଁ ସେନେଇ ସେନେଇ ତଦାରଖ କରିଥିଲେ ଅରୁଣ । ମନ୍ତ୍ରୀଙ୍କ ଏଭଳି ଅଚାନକ ପରିଦର୍ଶନ ହୁଏତ ଅନ୍ୟ ମହାବିଦ୍ୟାଳୟ ଗୁଡିକ ପାଇଁ ଏକ ସତର୍କ ବାର୍ତା ବୋଲି କୁହାଯାଉଛି  ।

ସେପଟେ ପ୍ରତି ମନ୍ତ୍ରୀଙ୍କ ଉପରେ ନିଜେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରା ମାସରେ କ’ଣ କାମ କରିଛନ୍ତି ସେନେଇ, ପ୍ରତ୍ୟେକ ମାସ ୭ ତାରିଖରେ ମନ୍ତ୍ରୀ ମାନେ ନିଜ ବିଭାଗର ରିପୋର୍ଟ କାର୍ଡ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଆଉ ନିର୍ଦ୍ଦେଶକୁ ପାଳନ ମନ୍ତ୍ରୀମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦୁଇ ଦୁଇ ଥର ମାସିକିଆ ରିପୋର୍ଟ ପ୍ରଦାନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

7 + 9 =