ସୁନ୍ଦରଗଡ଼ରେ ‘ଆସ ପଢ଼ିବା’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ

ସୁନ୍ଦରଗଡ଼: ଆଜି ଦେଶ ପାଳୁଛି ୭୫ତମ ସ୍ୱାଧିନତା ଦିବସ । ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ପତାକା ଉତ୍ତୋଳନ କରିବା ଗସ୍ତ କରିଛନ୍ତି ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ ଅରୁଣ ସାହୁ । ଏହି ଅବସରରେ ‘ଆସ ପଢ଼ିବା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମନ୍ତ୍ରୀ । ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ତେବେ ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଶେଷତା ହେଉଛି ପ୍ରତ୍ୟେକ ଥାନା ପରିସରରେ ଶିଶୁ ମାନଙ୍କ ଖୁସି ଓ ସୌହାର୍ଦପୂର୍ଣ୍ଣ ବାତାରଣ ପାଇଁ ଆକର୍ଷଣୀୟ ସାଜସଜ୍ଜା ଓ ଖେଳନା ଥାଇ ଆନନ୍ଦଘର ରୂପେ ଭିତ୍ତିଭୂମିର ସଂରଚନା କରିବା । ମୁଖ୍ୟତଃ ସବୁ ବର୍ଗର ଶିଶୁଙ୍କୁ ପଠନ ପ୍ରୋତ୍ସାହନ ଦେବା ଏଡାର ମୁଖ୍ୟ ଲକ୍ଷ୍ୟ । ତେବେ ଏଠାରେ ପୁସ୍ତକାଗାର ସହ କମ୍ପ୍ୟୁଟର ଶିକ୍ଷା ମଧ୍ୟ ପାଇପାରିବେ । କମ୍ପ୍ୟୁଟର ସୁବିଧା ଥାଇ ଏକ ଇଲାଇବ୍ରେରୀ ମଧ୍ୟ ରହିଛି । ଜନସାଧାରଣ ଏବଂ ପୋଲୁିସ ମଧ୍ୟରେ ଏକ ସମନ୍ୱୟର ସେତୁ ବାନ୍ଧିବା ଏବଂ ଶିଶୁ-ଅନୁକୂଳ ପୋଲିସ ଜିଲ୍ଲା ରୂପେ ପ୍ରତିଷ୍ଠା କରିବା ଜିଲ୍ଲା ପୋଲିସର ମୁଖ୍ୟ ଲକ୍ଷ୍ୟ ରହିଛି ।

‘ଆମ ଖୁସି ଆମ ସୁରକ୍ଷା’ ଥାନାକୁ ଆସୁଥିବା କୌଣସି ଶିଶୁ ତଥା ଆଇନ ବିରୋଧରେ ରହିଥିବା ଶିଶୁଙ୍କୁ ଗୋଟେ ସୁରକ୍ଷିତ ଓ ସୌହାଦ୍ୟପୂର୍ଣ୍ଣ ସହାବସ୍ଥାନ ଯୋଗାଇବା ପାଇଁ ରାଜଗାଙ୍ଗପୁରରେ ‘ଆମ ଘର’ର ପ୍ରାରମ୍ଭ ହୋଇଛି । କୁତ୍ରା, ବଡ଼ଗାଁ,ବୀରମିତ୍ରପୁର ଏବଂ ସଦର ଥାନା ଅଞ୍ଚଳରେ ଆମ ଘର ପ୍ରତିଷ୍ଠା କରାଯାଇଛି । ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ଏବଂ ଆରକ୍ଷୀ ଅଧିକ୍ଷକ ସାଗରୀକା ନାଥ ପ୍ରମୁଖ ଉପସ୍ଥିତ ଥିଲେ ।

ସେପଟେ ଆଜି ସୁନ୍ଦରଗଡ଼ ପୁଲିସ ଵାରାକ ପଡ଼ିଆରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ୭୫ତମ ସ୍ଵାଧୀନତା ଦିବସରେ ମୁଖ୍ୟ ଅତିଥି ଭାଵେ ଅରୁଣ ସାହୁ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ ଅବସରରେ ଉଦଵୋଧନ ଦେଇଛନ୍ତି। ନିଜ ବକ୍ତଵ୍ୟରେ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ କ୍ରୀଡ଼ା ବିକାଶ, ଵିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସମେତ ଵହୁ ଜନହିତକର ଯୋଜନା ସମ୍ପର୍କରେ ଆଲୋକପାତ କରି ରାଜ୍ୟ ତଥା ଦେଶକୁ ଆଗେଇ ନେବାକୁ ସମସ୍ତଙ୍କ ନିଷ୍ଠାପର ଭାଗିଦାରି ପାଇଁ ଆହ୍ବାନ ଜଣାଇଥିଲେ। ଏହାପରେ ଜିଲ୍ଲାର ଚର୍ଚ୍ଚିତ ଶ୍ମଶାନବନ୍ଧୁ ସିଦ୍ଧାନ୍ତ ପଣ୍ଡା, ଶିଶିର ଚୌଧୁରୀ, କମଲେଶ ନଥାନି, ମନୋଜ ତ୍ରିପାଠୀଙ୍କ ସମେତ ଜିଲ୍ଲାର କୃତୀ ସନ୍ତାନମାନଙ୍କୁ ସମ୍ମାନିତ କରାଯାଇଥିଲା। ଉତ୍ସବ ପରେ ପୁଲିସ ବାରାକରେ ଇ- ପାଠାଗାରକୁ ମନ୍ତ୍ରୀ ଉଦଘାଟନ କରିଥିଲେ।

Share

Leave a Reply

Your email address will not be published. Required fields are marked *

twenty + eighteen =