କୃଷକମାନଙ୍କ ଆୟ ବୃଦ୍ଧି ନିମେନ୍ତେ ବ୍ୟାଙ୍କ ସହଯୋଗ ଆବଶ୍ୟକ:ଅରୁଣ

ଭୁବନେଶ୍ୱର() ବ୍ୟାଙ୍କ ଗୁଡିକ ଚାଷୀ ମାନଙ୍କୁ ଋଣ ଦେବା କ୍ଷେତ୍ରରେ ଟାଳଟୁଳ ନୀତି ଧରିଲେ କୃଷି ଆୟ ଦ୍ୱିଗୁଣିତ ହେବା ସ୍ୱପ୍ନରେ ରହିଯିବ ବୋଲି କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମତବ୍ୟକ୍ତ କରିଛନ୍ତି ।

କୃଷି ଭବନରେ ବ୍ୟାଙ୍କର୍ସ ମାନଙ୍କର ଏକ ବୈଠକରେ ଯୋଗ ଦେଇ ସେ କହିଛନ୍ତି ଯେ ରାଜ୍ୟ ଓ କେନ୍ଦ୍ର ସରକାର କୃଷକ ମାନଙ୍କ ଆୟକୁ ଦ୍ୱିଗୁଣିତ କରି ଉପôାଦନ ବୃଦ୍ଧି ପାଇଁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ଋଣ ଦେବା କ୍ଷେତ୍ରରେ ବ୍ୟାଙ୍କ ଗୁଡିକ ଅବହେଳା କରୁଛନ୍ତି । ଏହା ଆଦୌ ଗ୍ରହଣୀୟ ନୁହେଁ । କୃଷିର ଉନ୍ନତି, କୃଷକ ମାନଙ୍କ ଆୟ ବୃଦ୍ଧି ଏବଂ ଉପôାଦନ ବୃଦ୍ଧି ପାଇଁ ବ୍ୟାଙ୍କ ଗୁଡିକ ସରକାରଙ୍କୁ ସହଯୋଗ କରିବା ସହିତ ଆନୁସଂଗିକ ଋଣ ଯୋଗାଇ ଦେବା ଆବଶ୍ୟକ । ଏ କ୍ଷେତ୍ରରେ କୌଣସି ଅବହେଳାକୁ ପ୍ରଶ୍ରୟ ଦିଆଯିବ ନାହିଁ । ସେ କହିଛନ୍ତି ବ୍ୟାଙ୍କ ଶାଖା ଗୁଡିକରେ ଋଣ ପାଇଁ ପଡି ରହିଥିବା ଆବେଦନକୁ ରିଜିଓନାଲ ମ୍ୟାନେଜର ମାନେ ନିୟମିତ ସମୀକ୍ଷା କରିବା ସହିତ ମତ୍ସ୍ୟ,କୃଷି, ଉଦ୍ୟାନ,ପଶୁପାଳନ ଓ ଆପିକଲ ନିଦେ୍ଧଶକ ମାନେ ନିଜ ସ୍ତରରେ ଋଣ ପ୍ରଦାନର ଅଗ୍ରଗତି ନେଇ ବ୍ୟାଙ୍କ ଗୁଡିକ ସହିତ ଆଲୋଚନା କରିବା ଉଚିତ ।

ଏକ୍ଷେତ୍ରରେ କୌଣସି ଅବହେଳାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଡ.ସାହୁ ସମସ୍ତଙ୍କୁ ଚେତାବନି ଦେଇଥିଲେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ.ସୌରଭ ଗର୍ଗ ବ୍ୟାଙ୍କ ଗୁଡିକ ଆବେଦନର ଯାଂଚ ପ୍ରକି୍ରୟାକୁ ତ୍ୱରାନିତ କରିବାକୁ ପରାମର୍ଶ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

four + fifteen =