କମ ଛାତ୍ରଛାତ୍ରୀ ନାମ ଲେଖାଉଥିବା କଲେଜକୁ ନୋଟିସ

ଭୁବନେଶ୍ୱର() ଗତ କିଛି ବର୍ଷ ଧରି ଲଗାତାର ଭାବରେ କମ ଛାତ୍ରଛାତ୍ରୀ ନାମ ଲେଖାଉଥିବା କଲେଜକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ ।

ସେପଟେ, ରାଜ୍ୟରେ ଥିବା ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ ଓ ଡିଗ୍ରି କଲେଜଗୁଡ଼ିକରେ ପ୍ରୋକ୍ଟୋରିଆଲ କମ୍ ମେଣ୍ଟରିଂ ସିଷ୍ଟମକୁ ବାଧ୍ୟତାମୂଳକ କରାଯାଇଛି। ପ୍ରତି ଅଧ୍ୟାପକ, ପ୍ରାଧ୍ୟାପକ ଓ ପ୍ରଫେସରଙ୍କ ଅଧୀନରେ ପ୍ରତି କ୍ଲାସ୍ରୁ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ରହିବେ। ସେମାନଙ୍କ ପାଠପଢ଼ା ସହ ଗୁଣାତ୍ମକ ଶିକ୍ଷା ଦିଗରେ ସମ୍ପୃକ୍ତ ଅଧ୍ୟାପକ, ପ୍ରଫେସରମାନେ ପଦକ୍ଷେପ ଗ୍ରହଣ କରିବେ। ପିଲାଙ୍କ ପାଠପଢ଼ାର ଅଗ୍ରଗତି ନେଇ ନିୟମିତ ଭାବେ ଅଭିଭାବକଙ୍କୁ ଜଣାଇବେ।

କିଛି ଦିନ ତଳେ ସରକାରୀ  ଅନୁଦାନପ୍ରାପ୍ତ କଲେଜର ୧୧୧ ଜଣ ଅଧ୍ୟାପକ କୋଚିଂ ସେଣ୍ଟର, ଟ୍ୟୁସନରେ ପଢ଼ାଉଥିବା ନେଇ ଏକ ତାଲିକା ପ୍ରକାଶ ପାଇଥିଲା । ଏହାକୁ ନେଇ ମନ୍ତ୍ରୀ ପୁଣିଥରେ କଡ଼ା ଅଭିମୁଖ୍ୟ ପୋଷଣ କରିଛନ୍ତି । ସେ କହିଛନ୍ତି ଯେ ସରକାରଙ୍କ ନିର୍ଦେଶକୁ କିଏ କେଉଁଠି ଖିଲାପ କରୁଛନ୍ତି ତାହା ଉପରେ ନଜର ରଖାଯାଇଛି । ଯଦି କୌଣସି ଅଧ୍ୟାପକ ଟ୍ୟୁସନ କିମ୍ବା କୋଚିଂ ସେଣ୍ଟରରେ ପଢ଼ାଉଥିବା ପ୍ରମାଣ ମିଳେ ତାଙ୍କ ବିରୋଧରେ ସଙ୍ଗେ ସଙ୍ଗେ କାର୍ୟ୍ୟାନୁଷ୍ଠାନ ନିଆଯିବ।

Share

Leave a Reply

Your email address will not be published. Required fields are marked *

13 − six =