ସାରଥୀଙ୍କୁ ନେଇ ରୋଚକ ତଥ୍ୟ ଦେଲେ ଅରୁଣ ବୋଥ୍ରା

ଭୁବନେଶ୍ୱର() ସାରଥୀଙ୍କୁ ଗିରଫ କରିଥିବା ଆଇପିଏସ ଅରୁଣ ବୋଥ୍ରା ସାମ୍ନାକୁ ଆଣିଛନ୍ତି କିଛି ରୋଚକ କଥା । ଭଣ୍ଡ ସାରଥୀ କିଭଳି ଭଗବାନ ପାଲଟିଗଲେ ?

ଖୋଦ୍ ସାରଥୀର ବୟାନ ଆଧାରରେ ନିଜର ଟ୍ବିଟର ହ୍ୟାଣ୍ଡେଲରେ ଅରୁଣ ଏ ସବୁର ଖୁଲାସା କରିଛନ୍ତି । ଅରୁଣ କହିଛନ୍ତି, ସାରଥୀ ଜାଣିଥିଲେ ସେ ଭଗବାନ ନୁହଁନ୍ତି । ଲୋକେ ତାଙ୍କୁ ଭଗବାନ ବୋଲି ଘୋଷଣା କରି ଅବତାର ପୁରୁଷ କରିଦେଲେ । ଆଉ ମିଛରେ ହେଉ ପଛେ ଭଗବାନ ହେବାର ଖୁସିକୁ ସେ ହରାଇବାକୁ ଚାହୁଁ ନ ଥିଲେ ।
ସାରଥିଙ୍କ ପାଖରେ ବହୁ ଦିବ୍ୟ ଶକ୍ତି ଥିବା ନେଇ ତାଙ୍କୁ ଗିରଫ କରାଯିବା ସମୟରେ ଚର୍ଚ୍ଚା ହୋଇଥିଲା । ସେ ଜଣେ ଅବତାରି ପୁରୁଷ ଥିଲେ ବୋଲି ତାଙ୍କ ପ୍ରଶଂସକ କହୁଥିଲେ । ଏପରିକି ସିମେଣ୍ଟ ଗାଇରୁ କ୍ଷୀର ବାହାରୁଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା । ଏହି ସବୁ କଥା ମିଛ ଥିଲା  ଏବଂ ଲୋକଙ୍କ ସାମନାରେ ଏହି କଥା କଥି ପାରି ନଥିବା ସାରଥିଙ୍କୁ ଜେରା ବେଳେ ସେ ଉତ୍ତର ଦେଇଥିଲେ ବୋଲି ଟ୍ୱିଇଟ କରି ଅରୁଣ ବୋଥ୍ରା କହିଛନ୍ତି । ଏହା ସହ ତଦନ୍ତ ସମୟରେ ସାରଥିଙ୍କ ସହ ୈକାଣସି ପ୍ରକାର ଥାର୍ଡ଼ ଡିଗ୍ରୀ ପ୍ରୟୋଗ କରାଯାଇନି ବୋଲି ବୋଥ୍ରା କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୫ ଭଣ୍ଡ ସାରଥିଙ୍କୁ ବାରମୂଳ ଆଶ୍ରମରୁ ଗିରଫ କରାଯାଇଥିଲା । ଏହାପରେ ୨୦୧୯ ଜୁଲାଇ ୨୨ରେ ଆତ୍ମଘୋଷିତ ବାବା ସାରଥିଙ୍କ ହାଇକୋର୍ଟରେ ସର୍ତମୂଳକ ଜାମିନ ମଞ୍ଜୁର ହୋଇଥିଲା । ୨ଲକ୍ଷ ଟଙ୍କା ଓ ୨ଜଣ ଜାମିନଦାରଙ୍କ ସର୍ତ୍ତ ପରେ ତାଙ୍କୁ ଜାମିନ ଦିଆଯାଇଥିଲା ।

Share

Leave a Reply

Your email address will not be published. Required fields are marked *

19 + 5 =