ବକେୟା ନଦେଲେ ଜାନୁଆରୀ ୧୫ରୁ ଲାଇନ କଟିବ: ବୋଥ୍ରା

ଭୁବନେଶ୍ୱର() ବିଦ୍ୟୁତ ବିଲ ବକେୟା ନେଇ ସେସୁ ସିଇଓ ଅରୁଣ ବୋଥ୍ରାଙ୍କ ପ୍ରେସମିଟ । ଏହି ପ୍ରେସମିଟରେ ବୋଥ୍ରା କହିଛନ୍ତି,ସାଧାରଣ ଖାଉଟିଙ୍କ ଉପରେ ୨ ହଜାର କୋଟି ଟଙ୍କା ବିଲ ବାକି ପଡିଛି । ବକେୟା ବିଲ ଆଦାୟ ପାଇଁ ସ୍ପେଶାଲ ଡ୍ରାଇଭ ଆରମ୍ଭ କରାଯିବ । ସେସୁର ଆର୍ଥିକ ସ୍ଥିତି ବର୍ତ୍ତମାନ ସେତେ ଭଲ ନାହିଁ । ଲୋକଙ୍କୁ ଗୁଣାତ୍ମକମାନଯୁକ୍ତ ବିଦ୍ୟୁତ ଦେବାକୁ ହେଲେ ଆମକୁ ଅର୍ଥ ଦରକାର ବୋଲି କହିଛନ୍ତି ବୋଥ୍ରା ।

ବକେୟା ବିଦ୍ୟୁତ ବିଲ ନେଇ ଖାଉଟିଙ୍କ ପାଖକୁ ମେସେଜ ଯିବ । ସବୁ ପରେ ବି ଯଦି ଖାଉଟି ବକେୟା ବିଲ ନଦେବେ ତାହାଲେ ଜାନୁଆରୀ ୧୫ରୁ ଲାଇନ କଟିବ ବୋଲି ପ୍ରେସମିଟରେ ବୋଥ୍ରା କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 + ten =