ଅରୁଣ ବୋଥ୍ରା ହେଲେ ଏସଆଇଟିର ମୁଖ୍ୟ

ଭୁବନେଶ୍ୱର() ନୟାଗଡ ‘ପରୀ’ ହତ୍ୟା ମାମଲାର ତଦନ୍ତ ପାଇଁ ଏସଆଇଟି ଟିମ୍ ଗଠନ କରିଛନ୍ତି ରାଜ୍ୟ ସରକାର । ଏସଆଇଟି ମୁଖ୍ୟ ଭାବେ ଆଇଜି ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି । ଅରୁଣଙ୍କ ନେତୃତ୍ୱରେ ଗଠିତ ଏସଆଇଟି ଟିମରେ ୫ ଅଫିସରଙ୍କୁ ସାମିଲ କରାଯାଇଛି । ଟିମରେ କ୍ରାଇମବ୍ରାଞ୍ଚ ଏସପି ଆର. କେ ଦୋରା ସାମିଲ ଅଛନ୍ତି । ଏହା ସହ ଟିମରେ ଏଏସପି ଆର ସି ଥମ୍ବ, ଇନ୍ସପେକ୍ଟର ନରେନ୍ଦ୍ର ବେହେରା, କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ମମତାରାଣୀ ପଣ୍ଡା ବି ସାମିଲ ଅଛନ୍ତି । ଏସଆଇଟି ଗଠନ ନେଇ ହାଇକୋର୍ଟଙ୍କୁ ଜଣାଇଛନ୍ତି ଗୃହ ବିଭାଗ ସ୍ୱତନ୍ତ୍ର ସଚିବ । ଏନେଇ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ସ୍ୱତନ୍ତ୍ର ସଚିବ ଚିଠି ଲେଖିଛନ୍ତି । ଚିଠିରେ ତଦନ୍ତ ତତ୍ତ୍ୱାବଧାନ ପାଇଁ ଜଣେ ସିଟିଂ ଜଜଙ୍କୁ ଦାୟିତ୍ୱ ଦେବାକୁ ଅନୁରୋଧ କରିଛନ୍ତି ସଚିବ ।

Share

Leave a Reply

Your email address will not be published. Required fields are marked *

one + 12 =