ଆର୍ଟିଫିସିଆଲ ଇଣ୍ଟେଲିଜେନସି ମେସିନ୍ ଲର୍ଣ୍ଣିଂ ସେଣ୍ଟର ଉଦଘାଟିତ

ଭୁବନେଶ୍ୱର()  ଆର୍ଟିଫିସିଆଲ ଇଣ୍ଟେଲିଜେନସ୍ ମେସିନ ଲର୍ଣ୍ଣିଂ ସେଣ୍ଟରକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛାତ୍ରଛାତ୍ରୀମାନଙ୍କୁ ୩ମାସ ଯାଏ ସ୍ବତନ୍ତ୍ର ଭାବେ ଟ୍ରେନିଂ ଦିଆଯିବ ।

ସିଇଟି କଲେଜରେ ରାଜ୍ୟର ପ୍ରଥମ ଆର୍ଟିଫିସିଆଲ ଇଣ୍ଟେଲିଜେନସି ମେସିନ୍ ଲର୍ଣ୍ଣିଂ ସେଣ୍ଟର ଉଦଘାଟିତ । ବିପିୟୁଟି, ଟେକ୍ ମହିନ୍ଦ୍ରା ଓ ସିଇଟି ଦ୍ବାରା ପରିଚାଳିତ ଏହି ଟ୍ରେନିଂ ସେଣ୍ଟରରେ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ୩ମାସ ପର୍ୟ୍ୟନ୍ତ ଟ୍ରେନିଂ ଦିଆଯିବ । ଏହି ଛାତ୍ରଛାତ୍ରୀ ବିଭିନ୍ନ ଇଞ୍ଜିନିୟରିଂ କଲେଜରୁ ମନୋନୀତ କରାଯାଇଛି ।

ମେଡିସିନ୍ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ, ଟ୍ରାନ୍ସପୋର୍ଟ, ଇଞ୍ଜିନିୟରିଂ କ୍ଷେତ୍ରରେ ଉପୁଜୁଥିବା ବିଭିନ୍ନ ସମସ୍ୟାକୁ କିଭଳି ଟେକ୍ନିକାଲି ସଲଭ କରିହେବ ସେ ନେଇ ଛାତ୍ରଛାତ୍ରୀଙ୍କୁ ଟ୍ରେନିଂ ଦିଆଯିବ ।

Share

Leave a Reply

Your email address will not be published. Required fields are marked *

12 − three =