ବନ୍ଧାହେଲେ ନାଳୁଆ ଶିକ୍ଷକ

କେନ୍ଦୁଝର: ଜଣେ ଅବିବାହିତା ଶିକ୍ଷୟତ୍ରୀଙ୍କୁ ବିଦ୍ୟାଳୟରେ ଟଣା ଓଟରା କରି ଜଣେ ବିବାହିତ ଶିକ୍ଷକ ଗିରଫ ହେବାପରେ ଜେଲ୍ କୁ ଯାଇଛଛନ୍ତି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ରୁଦ୍ରନାରାୟଣପୁର ପ୍ରାଥମିକ ବିଦ୍ୟାଳୟ ଠାରେ । ସୋମବାର ସ୍କୁଲରେ ପୀଡିତା ଶିକ୍ଷୟିତ୍ରୀଙ୍କୁ ଏକାକୀ ପାଇ ଶିକ୍ଷକ ମଙ୍ଗେସ ବେହେରା ଭିଡାଭିଡି କରିବା ସହ ମୋବାଇଲରେ ଫଟୋ ଉତ୍ତୋଳନ କରିବାକୁ ଉଦ୍ୟମ କରିଥିଲେ । ପୀଡିତା ଶିକ୍ଷୟତ୍ରୀ ଜଣଙ୍କ ତାଙ୍କ କବଳରୁ କୌଣସି ଉପାୟରେ ଖସି ଆସିଥିଲେ ।

ମଙ୍ଗେସ ରୁଦ୍ରନାରାୟଣପୁର ବିଦ୍ୟାଳୟର ଜଣେ ଅବିବାହିତ ଶିକ୍ଷୟିତ୍ରୀଙ୍କୁ ଖରାପ ନଜରରେ ଦୀର୍ଘଦିନ ହେବ ଦେଖି ଆସୁଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ତାଙ୍କୁ ବିଭିନ୍ନ ସମୟରେ ଖରାପ ଇଙ୍ଗିତରେ କଥା ମଧ୍ୟ କହୁଥିଲେ । ତେବେ କେହି ନଥିବାର ସୁଯୋଗ ନେଇ ତାଙ୍କୁ ଟଣା ଓଟରା କରିବା ସହ ମୋବାଇଲରେ ଫଟୋ ଉଠାଉଥିଲେ । କୌଶଳକ୍ରମେ ଖସି ଆସିଥିଲେ ଶିକ୍ଷୟିତ୍ରୀ । ଏହାପରେ ସେ ଯାଇ ଶିକ୍ଷକଙ୍କୁ ଚପଲରେ ସେକିବା ସହ ତାଙ୍କ ମୋବାଇଲ ଛଡ଼ାଇ ଆଣିଥିଲେ । ପରେ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମଙ୍ଗେସଙ୍କୁ ଗିରଫ କରିଛି । ପୂର୍ବରୁ ମଧ୍ୟ ତାଙ୍କ ନାମରେ ଅଭିଯୋଗ ଥିବା ଶୁଣିବାକୁ ମିଳୁଛି ।

Share

Leave a Reply

Your email address will not be published. Required fields are marked *

eleven + 2 =