ପୂର୍ବତନ ସରପଞ୍ଚଙ୍କୁ ବିଚ୍ ରାସ୍ତାରେ ହତ୍ୟା ମାମଲା, ୬ ଗିରଫ

ବ୍ରହ୍ମପୁର: ଅନନ୍ତେଇ ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ହତ୍ୟା ମାମଲାରେ ବ୍ରହ୍ମପୁର ପୋଲିସକୁ ସଫଳତା । ୬ ଜଣ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ହତ୍ୟାରେ ବ୍ୟବହୃତ ୩ଟି ଖଣ୍ଡା ଜବତ କରିଛି ପୋଲିସ । ଗୋଟିଏ ଖଣ୍ଡା ଘଟଣାସ୍ଥଳରୁ ମିଳିଥିବା ବେଳେ ଆଉ ୨ଟି ଖଣ୍ଡା ପୋଖରିରୁ ଜବତ କରିଛି ପୋଲିସ । ଅଭିଯୁକ୍ତମାନଙ୍କ ଠାରୁ ୨ଟି ବାଇକ୍, ୬ଟି ମୋବାଇଲ୍ ଫୋନ, ୨ଟି ଗଜ ଜବତ ହୋଇଛି । ବଡ଼ ବଜାର ଥାନା ପୋଲିସ ଓ ଦିଗପହଣ୍ଡି ପୋଲିସ ମିଳିତ ଭାବେ ଅପରାଧୀଙ୍କୁ ଗିରଫ କରିଛନ୍ତି ।

ପୂର୍ବ ଶତ୍ରୁତାକୁ ନେଇ ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କ ହତ୍ୟା କରାଯାଇଥିବା କହିଛନ୍ତି ବ୍ରହ୍ମପୁର ଏସପି । ଏନେଇ ଏସପି ପିନାକ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅଧିକ ପଚରାଉଚରା ପାଇଁ ଅଭିଯୁକ୍ତଙ୍କୁ ପୋଲିସ ରିମାଣ୍ଡରେ ଆଣିବ । ଆଗକୁ ଗିରଫଦାରୀ ସଂଖ୍ୟା ଆହୁରି ବଢ଼ିବ ବୋଲି ଏସପି ସୂଚନା ଦେଇଛନ୍ତି । ଏବେବି ତଦନ୍ତ ଜାରି ରହିଛି ।

ଗତ ୫ ତାରିଖରେ କେତେକ ଦୁର୍ବୃତ୍ତ ପ୍ରଦୀପ ବିଷୋୟୀଙ୍କୁ ବିଚ୍ ରାସ୍ତାରେ ବିଭତ୍ସ ଭାବେ ହତ୍ୟା କରିଥିଲେ । ଘଟଣା ଦିନ ସକାଳ ୭ଟା ୩୦ରେ ପ୍ରଦୀପ ଘରକୁ ଯାଉଥିବା ବେଳେ ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ହିଁ ପ୍ରଦୀପଙ୍କ ମୃତ୍ୟୁ ହୋଇଥିଲା । ହତ୍ୟାକାଣ୍ଡ ପରେ ପୋଲିସ ତତ୍ପରତା ପ୍ରକାଶ କରି ଅଭିଯୁକ୍ତଙ୍କୁ ଧରିବା ଲାଗି ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ କରିଥିଲା । ଗିରଫ ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ରହିଛି । ଗିରଫ ଅଭିଯୁକ୍ତମାନେ ପ୍ରଦୀପଙ୍କ ଗାଁର ବୋଲି ଜଣାପଡ଼ିଛି ।

Share

Leave a Reply

Your email address will not be published. Required fields are marked *

13 + fifteen =