ମନେ ରହିବେ ଅରିନ୍ଦମ

ଭୁବନେଶ୍ୱର: ଆଉ ନାହାଁନ୍ତି ଓଟିଭିର ପ୍ରତିନିଧି ଅରିନ୍ଦମ ଦାସ । ଖବର ସଂଗ୍ରହ କରିବାକୁ ଯାଇ ଜୀବନ ହାରିଛନ୍ତି । ସବୁଠି ଦୁଃଖର ଛାୟା । ଯିଏ ବି ତାଙ୍କ ବିୟୋଗ ଖବର ଶୁଣୁଛି ଆଖିରୁ ଲୁହ ଢ଼ାଳିଦେଉଛି । ଏପରିକି ଅନେକ ଲୋକ ତାଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁନାହାଁନ୍ତି । ତାଙ୍କ ମୃତ୍ୟୁ ଖବର ପ୍ରସାରଣ ହେବା ପରେ ବିଜୁଳି ମାର୍ଗରେ ବ୍ୟାପିଯାଇଥିଲା । ଆଉ ଓଡ଼ିଶା ଗଣମାଧ୍ୟମ ଜଗତରେ ଦୁଃଖର ଛାୟା ଖେଳିଯାଇଛି ।

କ୍ରାଇମ ରିପୋଟିଂରୁ ଆରମ୍ଭ କରି ବନ୍ୟା ବାତ୍ୟା ସବୁ ରିପୋର୍ଟିଂ କରୁଥିଲେ ଅରିନ୍ଦମ । ସବୁବେଳେ ସେ ଆଗ୍ରହ ସହକାରେ ରିପୋଟିଂ କରିଛନ୍ତି । ସବୁବିଟରେ କାମ କରିଛନ୍ତି ଅରିନ୍ଦମ । ତେବେ ବନ୍ୟା ବାତ୍ୟା ସମୟରେ ନିଜ ଜୀବନକୁ ବାଜିରେ ଲଗାଇ ଲୋକଙ୍କ ପାଖରେ ପହଞ୍ଚୁଥିଲେ । ଏପରିକି ସେ ଅନ୍ୟକୁ ସହଯୋଗ କରିବା ଲାଗି ମଧ୍ୟ ଆଗେଇ ଆସୁଥିଲେ । ସେପଟେ ଯଦି କହିବା ସେ ଅନ୍ୟ ରିପୋଟରଙ୍କୁ ମଧ୍ୟ ସବୁବେଳେ ସହଯୋଗ କରିଛନ୍ତି । ରିପୋର୍ଟିଂ ଲାଗି ଆସିଥିବା ଯୁବ ସାମ୍ବାଦିକଙ୍କୁ ସବୁବେଳେ ସେ ସହଯୋଗ ଲାଗି ହାତ ବଢ଼ାଇଥାନ୍ତି । ଯେଉଁ କାରଣରୁ ଓଡ଼ିଆ ଗଣମାଧ୍ୟମର ସମସ୍ତ ସାମ୍ବାଦିକମାନେ ତାଙ୍କୁ ଝୁରି ହେଉଛନ୍ତି ।

Share

Leave a Reply

Your email address will not be published. Required fields are marked *

thirteen − five =