ଆପୋଲୋ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ NHRCଙ୍କ ନିର୍ଦେଶ

ଭୁବନେଶ୍ୱର()  ଆପୋଲୋ ହସ୍ପିଟଲାର ଅଡୁଆ ବଢିଛି । ଜାତୀୟ ମାନବାଧିକାର କମିଶନ ଆପୋଲୋ ହସ୍ପିଟାଲ୍ ବିରୋଧରେ କାର୍ୟ୍ୟନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ମେଡିକାଲର ପଞ୍ଜୀକରଣ ରଦ୍ଦ କରି ପୀଡିତଙ୍କୁ ତୁରନ୍ତ କ୍ଷତିପୂରଣ ଦେବାପାଇଁ ଏନଏଚଆରସି ନିର୍ଦ୍ଦେଶ ଦେଇଛନ୍ତି ।
୨୦୧୩ ରେ ବରଗଡ ଜିଲ୍ଲାର ଅନିଲ୍ କୁମାର ସ୍ବାମୀଙ୍କ କିଡନୀକୁ ତାଙ୍କ ପଡୋଶୀ ରାଘବ ରାମ ଦୋରାଙ୍କ ଶରୀରରେ ଆପୋଲ ହସ୍ପିଟାଲରେ ପ୍ରତିରୋପଣ କରାଯାଇଥିଲା । ଏହା ସଂପୂର୍ଣ୍ଣ ବେଆଇନ ଭାବେ କରାଯାଇଥିବା ନେଇ ୨୦୧୬ ରେ ଅନିଲ୍ ବରଗଡ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ସେପଟେ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ ।

କିଡନୀ ପ୍ରତ୍ୟାରୋପଣ ବେଆଇନ ବୋଲି ସ୍ବାସ୍ଥ୍ୟ ବିଭାଗ ରିପୋର୍ଟରୁ ଜାଣିଥିଲେ NHRC। ତେବେ NHRCଙ୍କ ନିର୍ଦ୍ଦେଶ ବିରୋଧରେ ଆପୋଲୋ ହସ୍ପିଟାଲ୍ ହାଇକୋର୍ଟରେ ଆବେଦନ କରିଥିଲା । ଆପୋଲୋ ହସ୍ପିଟାଲକୁ ପକ୍ଷ ରଖିବା ଲାଗି ସୁଯୋଗ ଦେବାକୁ ହାଇକୋର୍ଟ କହିଥିଲେ । ତେବେ ହସ୍ପିଟାଲ୍ ଯୁକ୍ତିରେ କୌଣସି ଆଧାର ନଥିବା ଦର୍ଶାଇଥିଲେ NHRC । ହସ୍ପିଟାଲ ରେଜିଷ୍ଟ୍ରେସନ୍ ରଦ୍ଦ ସହ ପୀଡିତଙ୍କୁ ଛଅ ସପ୍ତାହ ମଧ୍ୟରେ ୨ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦେବାକୁ ମଧ୍ୟ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × 2 =