ଲକଡାଉନ ବେଳେ ନିରିହ ପଶୁମାନଙ୍କୁ ରନ୍ଧା ଖାଦ୍ୟ ଦେଇ ମାନବିକତା ଦେଖାଇଲେ ଯୁବ ନେତା

ଭୁବନେଶ୍ବର () କରୋନା ଲାଗି ବଜାର,ହାଟ ସବୁ ବନ୍ଦ କରାଯାଇଛି । ପୂର୍ବରୁ ପ୍ରତ୍ୟେକ ଦିନ ବଜାର ଓ ହାଟରେ ଗାଈଗୋରୁ, ମାଙ୍କଡ ମାନଙ୍କୁ କିଛି ନା କିଛି ଖାଦ୍ୟ ମିଳିଥାଏ ।

ହେଲେ ଲକଡାଉନ କାରଣରୁ ଏହି ନିରିହ ପଶୁ ଭୋଗ ଉପାସରେ ଜୀବନ କାଟୁଛନ୍ତି ।

 

ଏହି ସମୟରେ ଯୁବ ନେତା ତଥା ବାଣୀବିହାର ପୂର୍ବତନ ସଭାପତି ପ୍ରକାଶ ତ୍ରିପାଠିଙ୍କ ନେତୃତ୍ବରେ ବାଣୀବିହାର ପରିସରରେ ଏହି ନିରିହ ପଶୁମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ସୈ।ମ୍ୟ, ସରେଜ, ଦୀପକ, ଅନନ୍ତ ରେଡ୍ଡୀ, ଶିବନ, ଅନିଲ,ତାପସ ପ୍ରମୁକ ସାମିଲ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

six + 17 =