ଅମ୍ରିତଙ୍କୁ ଛୁଟୁଛି ସହଯୋଗର ସୁଅ

ଭୁବନେଶ୍ୱର: ବ୍ରହ୍ମପୁରର ୨୪ ବର୍ଷୀୟ ଯୁବକ ଅମ୍ରିତ ପ୍ରଧାନଙ୍କ ଚିକତ୍ସା ନିମନ୍ତେ ଛୁଟୁଛି ସହଯୋଗର ସୁଅ । ଚିକତ୍ସା ଲାଗି ୨ କୋଟି ଖର୍ଚ୍ଚ ହେବାକୁ ଥିବାବେଳେ ଏଯାବତ ଆସିଛି ୮୦ ଲକ୍ଷ ଟଙ୍କା । ତେବେ ଆଗାମୀଦିନରେ ଏଭଳି ସହଯୋଗ ଅନୁଦାନ ଦେବା ଲାଗି ଅନୁରୋଧ କରିଛନ୍ତି ତାଙ୍କ ପରିବାର ।

ସୂଚନା ଥାଉକି, ବ୍ରହ୍ମପୁର ସହରର ୨୪ ବର୍ଷୀୟ ଯୁବକ ହେଉଛନ୍ତି ଅମ୍ରିତ ପ୍ରଧାନ । ସେ କରୋନା ରୋଗରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ସେ ସେଫ୍ଟିଫୋନିଆ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଚିକତ୍ସିତ ହେଉଥିଲେ । ତାଙ୍କୁ ଗ୍ରୀନ କରିଡରରେ ଏୟାରଲିଫ୍ଟ ମାଧ୍ୟରେ ଚେନ୍ନାଇ ନିଆଯାଇଛି । ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ତାଙ୍କ ନିକଟକୁ ମଧ୍ୟ ସହଯୋଗର ସୁଅ ଛୁଟୁଛି । ବାପା ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ହୋଇଥିବା ବେଳେ ମା ସ୍କୁଲରେ ଶିକ୍ଷକତା କରୁଛନ୍ତି । ଜଣେ ମଧ୍ୟବିତ ପରିବାରର ଯୁବକଙ୍କ ଚିକତ୍ସାରେ ଏତେ ଟଙ୍କା ଖର୍ଚ୍ଚ କରିବା ଅସମ୍ଭବ । ଏଣୁ ସମସ୍ତଙ୍କ ସହଯୋଗ ଲେଢ଼ିଛନ୍ତି ତାଙ୍କ ଭଉଣୀ ।

Share

Leave a Reply

Your email address will not be published. Required fields are marked *

two × 4 =