ଶ୍ରୀମନ୍ଦିର ଆଇନ ସଂଶୋଧନ ଲାଗି ସବକମିଟି ଗଠନ କରାଯିବ

ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ସେବା ଉଛେଦ ଓ ଶ୍ରୀମନ୍ଦିର ଆଇନରେ ସଂଶୋଧନ ପ୍ରସ୍ତାବ ସମ୍ପର୍କରେ ନିଷ୍ପତି ନେବା ଲାଗି ସବକମିଟି ଗଠନ କରାଯିବ ବୋଲି ନିଷ୍ପି ହୋଇଛି । ଶ୍ରୀମନ୍ଦିର ସଂସ୍କାର ସମ୍ପର୍କରେ ଅନୁଧ୍ୟନ କରିବା ପରେ ସୁପି୍ରମକୋର୍ଟ ଦ୍ୱାରା ନିଯୁକ୍ତ ଆମିକଶକ୍ୟୁରି ରଂଜିତ କୁମାର ଆଜି ଏଠାରେ ଶ୍ରୀନର ଠାରେ ପୁରୀ ଗଜପତି ମହାରାଜ ଓ ଅନ୍ୟାନ୍ୟ ସେବାୟତ ମାନଙ୍କ ସହିତ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କରେ ଆଲୋଚନା କରିଥିଲେ ।

ଆମିକସ କ୍ୟୁରି ରଂଜିତ କୁମାର ଗଜପତିଙ୍କ ସହ ଆଲୋଚନା କରିଛନ୍ତି । ୩ଟି ବିଷୟରେ ଆଲୋଚନା ହୋଇଥିବା ଗଜପତି କହିଛନ୍ତି । ୬୦ ବର୍ଷ ହେବ ରାଜ୍ୟ ସରକାର ଶ୍ରୀମନ୍ଦିରର ଦାୟିତ୍ୱ ନେବା ପରଠାରୁ ଅନ୍ୟ ମନ୍ଦିର ଅପେକ୍ଷା ଶ୍ରୀମନ୍ଦିରର କୌଣସି ଆଖିଦୃଶିଆ ପରିବର୍ତନ ହୋଇନାହିଁ । ସରକାରଙ୍କ ଆନ୍ତରିକତା ଅଭାବ ପାଇଁ ଏଭଳି ସ୍ଥିତି ଉପୁଜିଛି । ଆମିକସ କ୍ୟୁରିଙ୍କ ଗସ୍ତ ପରେ ମାନ୍ୟବର ସୁପ୍ରିମକୋର୍ଟ କଣ ନିଷ୍ପତି ନେଉଛନ୍ତି ତାହା ଉପରେ ନଜର ବୋଲି ଗଜପତି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

nine + three =