ଆମ୍ବୁଲାନ୍ସ ଓ ଟ୍ୟାଙ୍କର ଧକ୍କା, ୪ ମୃତ

ରାୟଗଡା: ଆମ୍ବୁଲାନ୍ସକୁ ଧକ୍କା ଦେଇଛି ଟ୍ରେଲର । ଫଳରେ ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ମୁତାବକ, ଅମ୍ବାଦଳା ନିକଟ ମଂଜରିକୋପା ଠାରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ମୃତ ସମସ୍ତ ୪ ଜଣ ଆମ୍ବୁଲାନ୍ସରେ ଥିଲେ । ବିଷମକଟକରୁ ଚିକିତ୍ସା ସାରି ବଙ୍ଗୋମୁଣ୍ଡା ଫେରିବା ବେଳେ ଦୁର୍ଘଟଣା ଘଟିଥିଲା । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୩ ପୁରୁଷ ରହିଥିବା ସୂଚନା ରହିଛି । ଆମ୍ୱୁଲାନ୍ସ ଭିତରେ ଥିବା ରୋଗୀ ସମେତ ୬ ଚାପି ହୋଇଯାଇଥିଲେ। ଘଟଣା ସସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟ ଲୋକେ ଗୁରୁତର ୩ ଜଣଙ୍କୁ ଉଦ୍ଧାର କରି ମୁନିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ମଧ୍ୟ ଉଦ୍ବେଗଜନକ ରହିଛି । ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

Share

Leave a Reply

Your email address will not be published. Required fields are marked *

nineteen + 2 =