୧୨ ଦଫା ଦାବି ନେଇ ୮ରେ ଭାରତ ବନ୍ଦ

ନୂଆଦିଲ୍ଲୀ()  ଜାନୁଆରି ୮ ତାରିଖରେ ଦିଆଯାଇଛି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ।ଏନଡିଏ ସରକାରଙ୍କ ‘ଦମନକାରୀ ନୀତି’ ପ୍ରତିବାଦରେ ୧୦ଟି ଶ୍ରମିକ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।

ଶ୍ରମିକ ସଂଗଠନ ସିଟୁର ସାଧାରଣ ସଂପାଦକ ତପନ ସେନ କହିଛନ୍ତି ଯେ ଅସଂଗଠିତ, ବ୍ୟାଙ୍କିଙ୍ଗ୍ ଏବଂ ବୀମା କ୍ଷେତ୍ର କର୍ମଚାରୀ , ବନ୍ଦର ଶ୍ରମିକ ଦେଶବ୍ୟାପୀ ଏହି ଧର୍ମଘଟରେ ସାମିଲ ହେବ। ଦେଶର ଆର୍ଥିକ ସଙ୍କଟ, ଦରଦାମ ବୃଦ୍ଧି ଏବଂ ବେରୋଜଗାର ପ୍ରସଙ୍ଗରେ ଏହି ବନ୍ଦ ପାଳନ କରାଯିବ।

ଏଥିଯୋଗୁଁ ସାରା ଦେଶରେ ରେଳ ଓ ବ୍ୟାଙ୍କି ସହ ବିଭିନ୍ନ ସେବା ପ୍ରଭାବିତ ହେବ । ବିଭିନ୍ନ ବ୍ୟାଙ୍କି ସେବା ସହ ରେଳ ସେବା ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଭାବିତ ହେବବୋଲି ଜଣା ପଡିଛି ।

Share

Leave a Reply

Your email address will not be published. Required fields are marked *

13 + twelve =