ଏଣିକି ଅନ୍ ଲାଇନରେ ମିଳିବ ମଦ

ଲକଡାଉନ ଯୋଗୁଁ ମଦ ଦୋକାନ ବନ୍ଦ । ଚିନ୍ତାରେ ମଦୁଆ । କେଉଁଠି ବ୍ଳାକରେ ମଦ କିଣୁଛନ୍ତି ତ କେଉଁଠି ଲକଡାଉନର ସପ୍ତାହକ ପରେ ବ୍ଳାକରଙ୍କ ପାଖରେ ବି ଷ୍ଟକ ଶେଷ ।ଏଭଳି ଅବସ୍ଥାରେ ମାନସିକ ଭାରସାମ୍ୟ ହରାଉଛନ୍ତି ମଦୁଆ । କେରଳରେ ପରସ୍ଥତି ଏଭଳି ଯେ ମଦ ଅଭାବରୁ ଲୋକେ ଆତ୍ମହତ୍ୟା କରିବାକୁ ପଛାଉନାହାନ୍ତି  । ଏହାକୁ ଦୃଷ୍ଟିରେ ରଖି କେରଳ ସରକାର ରାଜ୍ୟ ଅବକାରୀ ବିଭାଗକୁ ଏଭଳି ଲୋକଙ୍କୁ ମଦ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଏଥିପାଇଁ ଡାକ୍ତରଙ୍କ ପରାମର୍ଶପତ୍ର ଦେଖାଇବାକୁ ପଡିବ । ତାଛଡା ଅନ୍ ଲାଇନରେ ମଦ ଯୋଗାଇବାକୁ ଅବକାରୀ ବିଭାଗକୁ କେରଳ ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

fifteen − seven =