ଆହାର କେନ୍ଦ୍ରକୁ ଆଇଏସଓ ପ୍ରମାଣପତ୍ର

ଭୁବନେଶ୍ୱର()  ରାଜ୍ୟର ବିଭିନ୍ନ ସହରାଂଚଳରେ ଥିବା ୧୫୮ଟି ଆହାର କେନ୍ଦ୍ର ଓ ୩୪ଟି ରୋଷେଇ ଶାଳାକୁ ମିଳିଛି ଆଇଏସଓ ପ୍ରମାଣପତ୍ର । ଏଥିପାଇଁ ସହରାଚଂଳ ବିକାଶ ବିଭାଗ, ଜିଲ୍ଲାପାଳ ଓ ସହଯୋଗର ହାତ ବଢ଼ାଇଥିବା ଶିଳ୍ପମାନଙ୍କୁ ଟୁଇଟ୍ କରି ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଆହାର କେନ୍ଦ୍ରରେ ମାତ୍ର ପାଂଚ ଟଙ୍କା ଦେଇ ଲୋକମାନେ ପେଟପୁରା ଖାଇପାରୁଛନ୍ତି । ଏହି ପ୍ରମାଣ ପତ୍ର ମିଳିବା ପରେ ସହରାଂଚଳ ବିକାଶ ବିଭାଗ ପକ୍ଷରୁ ଖୁସୀ ଜାହିର କରାଯାଇଛି ।

Share

Leave a Reply

Your email address will not be published. Required fields are marked *

17 − ten =