ପୁରୁଷୋତ୍ତମପୁରରେ ଆହାରକେନ୍ଦ୍ରର ଶୁଭ ଉଦଘାଟନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ସ୍ଥାୟୀ ଆହାର କେନ୍ଦ୍ରର ଶୁଭ ଉଦଘାଟନ ହୋଇଛି । ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଯୋଗ ଦେଇ ଉଦଘାଟନ କରିଛନ୍ତି । ଆସନ୍ତା ପାଞ୍ଚ ତାରିଖରୁ ଏହି କେନ୍ଦ୍ରରେ ଜନସାଧାରଣଙ୍କୁ ସୁବିଧା ଯୋଗାଇ ଦିଆଯିବ । ୨୭ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମିତ ଏହି ସ୍ଥାୟୀ କେନ୍ଦ୍ର ଶ୍ରମିକ ଓ ଅସହାୟଙ୍କ ସହାୟକ ହେବ ବୋଲି ଖଲ୍ଲିକୋଟ ବିଧାୟିକା ନିଜପ୍ରତିକ୍ରିୟା କହିଛନ୍ତି । ଏହି କାର‌୍ୟ୍ୟକ୍ରମରେ ପୁରୁଷୋତ୍ତମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା, ଏନ୍ ଏ ଏସି ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର ,ପୂର୍ବତନ କାଉସିଲର ଅଶୋକ କୁମାର ମହାଙ୍କୁଡ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

seventeen − nine =