ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ନିର୍ଦ୍ଦେଶ

ଭୁବନେଶ୍ବର ()  ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା। ମାମଲାର ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି । ଟ୍ଵିଟ୍‌ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିଜି । ମାମଲାର ତଦନ୍ତ କରୁଥିଲା ଭୁବନେଶ୍ୱର GRP ।

ତେବେ ମୃତ୍ୟୁର ମାସେ ପୁରିବାକୁ ବସିଲାଣି ହେଲେ ଏପର୍ଯ୍ୟନ୍ତ କୌଣସି ନିର୍ଣ୍ଣାୟକ ମୋଡରେ ପହଞ୍ଚି ପାରିନାହିଁ ଜିଆରପି। ତଥାପି ତଦନ୍ତ ଜାରି ରଖିଛି ଜିଆରପି ପୋଲିସ। ଏହାରି ଭିତରେ ଗତକାଲି ୨ ମାଲବାହୀ ଟ୍ରେନ୍‌ ଲୋକ ପାଇଲଟଙ୍କ ବୟାନ ରେକର୍ଡ କରିଥିଲା ରେଳବାଇ ପୋଲିସ । ଆଦିତ୍ୟ ପ୍ରାଣ ହରାଇଥିବା ଦିନ ଟ୍ରେନ ଆଗରେ କେହି ଆତ୍ମହତ୍ୟା କରିନଥିବା ଉଭୟ ଲୋକପାଇଲଟ କହିଥିଲେ

ଏହା ଜଣାପଡିବା ପରେ ମାମଲାର ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି । ସୂଚନା ଥାଉକି, ଜୁଲାଇ ୭ତାରିଖ ସକାଳେ ଆଦିତ୍ୟଙ୍କ ମୃତ ଦେହ ଲିଙ୍ଗରାଜ ଷ୍ଟେସନ ନିକଟରୁ ଉଦ୍ଧାର କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

ten − 3 =