ରାସନ କାର୍ଡ ସହ ଆଧାର ସଂଯୋଗ ସମୟ ସୀମା ବଢିଲା

ଭୁବନେଶ୍ବର () ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାସନ କାର୍ଡଧାରୀମାନଙ୍କର ଆଧାର ସଂଯୋଗ ଓ ସଂଶୋଧନ କାର୍ଯ୍ୟକ୍ରମ ସେପେଫମ୍ବର ୧୫ ତାରିଖ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇଛି । ଏହି ପ୍ରକ୍ରିୟା ଅଗଷ୍ଟ ୩୧ ତାରିଖରେ ଶେଷ ହେବାକୁ ଥିବାବେଳେ ଯେଉଁମାନେ ଆଧାର ସଂଯୋଗ କରିପାରିନାହାନ୍ତି, ସେମାନଙ୍କୁ ସେପେଫମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଏହି ସୁଯୋଗ ଦିଆଯାଇଛି । ଯେପରି କେହି ଜଣେ ବି ଯୋଗ୍ୟ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ନହୁଅନ୍ତି ତାହାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି ।

ଏହି ସମୟ ମଧ୍ୟରେ ରାସନ୍‌ କାର୍ଡଧାରୀମାନେ ଆଧାର ସଂଯୋଗ କରି ସୁଲଭ ମୂଲ୍ୟ ଦୋକାନରୁ ସେମାନଙ୍କର ରାସନ୍‌ ସାମଗ୍ରୀ ପାଇପାରିବେ । ରାଜ୍ୟରେ ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ୮୬ ଲକ୍ଷ ୩୬ ହଜାର ୫୪୪ ପରିବାର ମଧ୍ୟରୁ ୮୪ ଲକ୍ଷ ୩୬ ହଜାର ୩୯୪ ପରିବାର ଆଧାର ସଂଯୋଗ କରିଛନ୍ତି । ଏହି ସମୟ ମଧ୍ୟରେ ୯୭.୭ ପ୍ରତିଶତ ପରିବାର ରାସନ୍‌ କାର୍ଡ ସହିତ ଆଧାର ସଂଯୋଗ କରିଛନ୍ତି । ସେହିପରି ବ୍ୟକ୍ତିଗତ ହିତାଧିକାରୀ ସ୍ତରରେ ଏହି ଅବଧି ମଧ୍ୟରେ ୯୩.୫ ପ୍ରତିଶତ ଆଧାର ସଂଯୋଗ କାର୍ଯ୍ୟ ସରିଛି ।

ସେହିପରି ୨୦୧୯-୨୦ ଖରିଫ୍‌ ବିପଣନ ଋତୁରେ ଧାନ ସଂଗ୍ରହ ନିମନ୍ତେ ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ଚାଷୀମାନଙ୍କ ନାମ ପଞ୍ଜୀକରଣ କାର୍ଯ୍ୟ ଅଗଷ୍ଟ ୩୧ରେ ଶେଷ ହେଉଥିବାବେଳେ ଏହି ପଞ୍ଜୀକରଣ କାର୍ଯ୍ୟ ସେପେଫମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି । ଧାର୍ଯ୍ୟ ତାରିଖ ମଧ୍ୟରେ ଯେଉଁ ଚାଷୀମାନେ ପଞ୍ଜୀକରଣ କରପାରିନାହାନ୍ତି ସେମାନେ ଏହି ସମୟ ମଧ୍ୟରେ ସେମାନଙ୍କ ନାମ ରେଜିଷ୍ଟ୍ରେସନ୍‌ କରିପାରିବେ ।

Share

Leave a Reply

Your email address will not be published. Required fields are marked *

17 − 15 =