ରାଜଧାନୀରେ ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ୱର () ରାଜଧାନୀରେ ହେବ ଆଦର୍ଶ ବିଦ୍ୟାଳୟ। ଏନେଇ ଗୁରୁବାର ଲୋକସେବା ଭବନରେ ବସିଥିବା ଗଭର୍ଣ୍ଣିଂ ବଡି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ବର୍ତ୍ତମାନ ରାଜ୍ୟର ୨୧୪ଟି ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲିଛି। ୨୦୨୦ ମାର୍ଚ୍ଚ ସୁଦ୍ଧା ଭୁବନେଶ୍ୱର ସମେତ ୩୬ଟି ବ୍ଲକରେ ନୂଆ ଆଦର୍ଶ ବିଦ୍ୟାଳୟ ଖୋଲିବ। ଏଥିସହ ବିଦ୍ୟାଳୟ ପ୍ରତିଷ୍ଠା ହେବା ପରେ ମାର୍ଚ୍ଚ ମାସରୁ ପାଠପଢ଼ା ଆରମ୍ଭ ହେବ। ତେବେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଆଦର୍ଶ ବିଦ୍ୟାଳୟ ହେବା ନେଇ ମନ୍ତ୍ରୀ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

17 − 14 =