ଆଜିଠୁ ଆଡପ ଅବଢ଼ା

ପୁରୀ: ଆଡପ ମଣ୍ଡପରେ ଚତୁର୍ଦ୍ଧାମୁରତୀ । ଜନ୍ମବେଦୀରେ ଶ୍ରୀଜିଉ ବିଜେ କରିବା ପରେ ଚଳଚଞ୍ଚଳ ହୋଇଉଠିଛି ଗୁଣ୍ଡିଚା ମନ୍ଦିର । କୋଭିଡ କଟକଣା କାରଣରୁ ଚଳିତ ବର୍ଷ ବି ଆଡପ ଦର୍ଶନ ବନ୍ଦ ରହିଛି । ଏଥିପାଇଁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ । ଆଜିଠାରୁ ଗୁଣ୍ଡିଚା ମନ୍ଦିରରୁ ବାହାରିବ ଆଡପ ଅବଢା । ଯେହେତୁ ଭକ୍ତ ଆସିବା ଉପରେ କଟକଣା ରହିଛି, ତେଣୁ ଆଡପ ଅବଢା କମ୍ କରିବା ପାଇଁ ନିଷ୍ପତ୍ତି ନେଇଛି ପ୍ରଶାସନ । ଗତକାଲି ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିଥିଲେ ମହାପ୍ରଭୁ । ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କୁ ନିଆଯାଇଥିଲା । ପରେ ସୁଦର୍ଶନଙ୍କ ପହଣ୍ଡି କରାଯାଇଥିଲା । ଏହାପରେ ରଥାରୂଢ ବଡ ଠାକୁର ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଜନ୍ମବେଦୀକୁ ବିଜେ କରିଥିଲେ କାଳିଆ ଠାକୁର ।

Share

Leave a Reply

Your email address will not be published. Required fields are marked *

9 − seven =