ସରକାରୀ କାର୍ଯ୍ୟରେ ଓଡିଆର ବ୍ୟବହାର ନହେଲେ ଦଣ୍ଡବିଧାନ

ଭୁବନେଶ୍ବର () ଓଡ଼ିଆ ଭାଷାରେ ଓଡ଼ିଶାର ଶାସନ ପାଇଁ ନିୟମାବଳୀ ପ୍ରଣୟନ ହେଲା । ଆଜି ଠାରୁ ଏହା କାର୍ଯ୍ୟକାରୀ ହେବ । ତଦନୁଯାୟୀ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ପର୍ଯ୍ୟାପ୍ତ ବ୍ୟବହାରରେ ବାରମ୍ବାର ଖିଲାପ କଲେ, ଖିଲାପକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଓଡିଶା ବେସାମରିକ ସେବା (ଶ୍ରେଣୀବିନ୍ୟାସ, ନିୟନ୍ତ୍ରଣ ଓ ଅପିଲ ) ଅଧିନିୟମ 1962 ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ| ଏପରିକି ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସର୍ବଭାରତୀୟ ସେବାବର୍ଗର ଅଧିକାରୀ ଏବଂ କେନ୍ଦ୍ରୀୟ ବେସାମରିକ ସେବା ବର୍ଗର ଅଧିକାରୀମାନଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ଅନୁଶାସନିକ କାର୍ଯ୍ୟବିଧି ଅଧିନିୟମ ଅନ୍ତର୍ଗତ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |

ବ୍ୟପାକ ଭାବେ ଓଡ଼ିଆ ବ୍ୟବହାର କରୁଥିବା କର୍ମଚାରୀ ବା ବିଭାଗମାନଙ୍କୁ ପୁରସ୍କୃତ କରାଯିବାର ବ୍ୟବସ୍ଥା  ମଧ୍ୟ କରାଯାଇଛି | ଏହି ନିୟମାବଳୀକୁ ରାଜ୍ୟପାଳ ଅନୁମୋଦନ ପରେ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଛି | ସେଥିରେ ସ୍ପଷ୍ଟ ଉଲେଖ ଅଛି କି ଏହି ଅଧିସୂଚନ ଗେଜେଟରେ ପ୍ରକାଶନ ତାରିଖଠାରୁ ବଳବତ୍ତର ହେବ ଅର୍ଥାତ ଆଜିଠାରୁ ଓଡ଼ିଶାରେ ଓଡ଼ିଆରେ ସମସ୍ତ ନଥିପତ୍ର ପ୍ରଚଳିତ ପାଇଁ ନିୟମାବଳୀ ପ୍ରଣୟନ ହେଲା |

Share

Leave a Reply

Your email address will not be published. Required fields are marked *

seventeen − sixteen =