ମିଳିଲା ସୌମ୍ୟଙ୍କ ହାତଲେଖା ଚିଠି

ପାରଳାଖେମୁଣ୍ଡି: ପତ୍ନୀ ବିଦ୍ୟାଭାରତୀଙ୍କ ଦୁଇଟି ଚିଠି ଭାଇରାଲ ହେବା ପରେ ଏବେ ସ୍ୱାମୀ ସୌମ୍ୟଙ୍କ ଏକ ହାତଲେଖା ଚିଠି ଭାଇରାଲ ହେବାରେ ଲାଗିଛି । ଇଂଲିସରେ ଲେଖା ଯାଇଥିବା ଏହି ଚିଠିରେ ଅନେକ ଗୁଡିଏ କଥା ଲେଖାଯାଇଛି । ତେବେ ଏଥିରେ ଲେଖା ଅଛି କି, ଜଣେ ପତ୍ନୀ ଓ ଭଲ ବନ୍ଧୁ ହିସାବରେ ସେ ତାଙ୍କଠାରୁ ବ୍ୟବହାର ଚାହୁଁଛନ୍ତି । ପତ୍ନୀଙ୍କ ଶିକ୍ଷାଗତ ଯୋଗ୍ୟତା ତାଙ୍କ ପାଇଁ ଗୁରୁତ୍ୱ ରଖେ ନାହିଁ । ଏହାପରେ ଯଦି ବି କିଛି ଘଟେ ସେ ଦିଗରେ ତାଙ୍କର କିଛି ଭୂମିକା ରହିବ ନାହିଁ । ଘରୋଇ ହିଂସା ବିରୋଧରେ ପତ୍ନୀ ଚାହିଁଲେ ଆଇନର ଆଶ୍ରୟ ନେଇପାରିବେ । ଆବଶ୍ୟକ ପଡିଲେ ନିଜ ଚାକିରୀରୁ ଇସ୍ତଫା ଦେଇ ସ୍ତ୍ରୀଙ୍କ ସେବା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଲେଖିଛନ୍ତି ସୌମ୍ୟରଞ୍ଜନ ମହାପାତ୍ର । ପତ୍ନୀ ଯାହା ଚାହୁଁଛନ୍ତି ସେ ସବୁ ପୂରଣ କରିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ସୌମ୍ୟରଞ୍ଜନ ।

Share

Leave a Reply

Your email address will not be published. Required fields are marked *

nineteen − 17 =