କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହେଲା ଏସିଏଫ୍ ମୃତ୍ୟୁ ମାମଲା

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର । ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ଡିଜିପିଙ୍କ ନିର୍ଦ୍ଦେଶରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି । ଏହି ଘଟଣାରେ ଅଭିଯୁକ୍ତ ଥିବା ଡିଏଫଏଓ, ରୋଷେୟାଙ୍କୁ ପୋଲିସ କ୍ଲିନଚିଟ୍ ଦେଇଥିଲା । ସୌମ୍ୟ ଯେଉଁ ଘରେ ପୋଡ଼ିଯାଇଥିଲେ ଉକ୍ତ ଘରର ସ୍ଥିତି ଦେଖିବା ପରେ ସୌମ୍ୟଙ୍କ ପରିବାର ବର୍ଗ ଏହାକୁ ଏକ ହତ୍ୟାକାଣ୍ଡ ବୋଲି କହିଥିଲେ ।

ପୋଲିସ ବାରମ୍ବାର ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଘରକୁ ଯାଇ ପଚରାଉଚରା କରୁଥିଲେ ହେଁ କୌଣସି ଆଖିଦୃଶିଆ ପଦକ୍ଷେପ ନେବାରେ ବିଫଳ ହୋଇଥିଲା । ଏହି ଘଟଣାରେ ପୋଲିସ ଡିଏଫଓ ଓ ବିଦ୍ୟାଭାରତୀଙ୍କୁ ସୁରକ୍ଷା ଦେଉଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏପରିକି ରାଜ୍ୟ ପରିବେଶ ମନ୍ତ୍ରୀଙ୍କର ଭୂମିକା ଏହି ଘଟଣା ପଛରେ ରହିଛି ବୋଲି ସୌମ୍ୟଙ୍କ ବାପା ଅଭିଯୋଗ କରିଥିଲେ । ତେବେ କ୍ରାଇବ୍ରାଞ୍ଚ ତଦନ୍ତ ପରେ ସୌମ୍ୟଙ୍କ ପରିବାର ନ୍ୟାୟ ପାଇବେ ବୋଲି ଆଶା କରାଯାଉଛି ।

Share

Leave a Reply

Your email address will not be published. Required fields are marked *

14 + four =