ସମଲିଙ୍ଗୀ ସମ୍ପର୍କରେ ଦୂତୀ

ଚର୍ଚ୍ଚାରେ ଦୂତୀଙ୍କ ସମଲିଂଗୀ ସଂପର୍କ ।ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାର ବେଳେ ସେ ଏନେଇ ଖୁଲାସା କରିଛନ୍ତି ଦୂତୀଙ୍କର ସାଥୀ ଜଣକ ଜଣେ ଝିଅ ।ତାଙ୍କର ଏହି ସାଥୀ ତାଙ୍କ ନିଜ ସହରର । ଏହି ସାଥୀ ଜଣକ କିଏ, ସେ ନେଇ କିଛି ବି ଅଧିକ ଖୁଲାସା କରିନାହାନ୍ତି ସେ ।

ସୂଚନା ଅନୁସାରେ ଇଣ୍ଡିଆନ୍ ଏକ୍ସପ୍ରେସ, ଦ କ୍ୱିଂଟ୍, ଇଣ୍ଡିଆ ଟୁଡେ ଓ ଡିଏନଏରେ ଦୂତୀ କହିଛନ୍ତି ସେ ଏବେ ସମଲିଂଗୀ ସଂପର୍କରେ ଅଛନ୍ତି । ଦୂତୀ କହିଛନ୍ତି ସେ ତାଙ୍କ ଜୀବନର ଜଣେ ସାଥୀଙ୍କୁ ପାଇଛନ୍ତି । ସମସ୍ତେ ନିଜ ନିଜ ଜୀବନ ସାଥୀ ଚୟନରେ ସ୍ୱାଧୀନତା ପାଇବା ଦରକାର ବୋଲି ସେ କହିଛନ୍ତି । ଏହାସହ ସମଲିଙ୍ଗୀ ଅଧିକାରକୁ ନେଇ ଯେଉଁମାନେ ସଂଘର୍ଷ କରୁଛନ୍ତି ସେମାନଙ୍କୁ ସେ ସମର୍ଥନ କରୁଥିବା ଜଣାଇଛନ୍ତି । ଏହା ଏକ ବ୍ୟକ୍ତିଗତ ଜୀବନର କଥା ।

ତେବେ ଆଗକୁ ତାଙ୍କ ସହିତ ଘର କରିବେ ବୋଲି ଦୂତୀ ସୂଚନା ଦେଇଛନ୍ତି ।ତେବେ ସମଲିଙ୍ଗି ସଂପର୍କର ଖୁଲାସା କରିବା ପରେ ସାରା ଦେଶରେ ଏବେ ଚର୍ଚାର କେନ୍ଦ୍ରକୁ ଆସିଛନ୍ତି ଏହି ଓଡିଆ ଆଥଲେଟ୍ ।୨୦୧୮ ମସିହାରେ ଏସିଆନ୍ ଗେମସରେ ୧୦୦ ମିଟର ଓ ୨୦୦ ମିଟରରେ ୨ଟି ସିଲଭର ମେଡାଲ ଜିତିଥିଲେ । ଏସିଆନ୍ ଗେମ୍ସରେ ୧୦୦ ମିଟରରେ ୨୦ ବର୍ଷ ପରେ ସେ ଦେଶକୁ ଦେଇଥିଲେ ସିଲଭର ମେଡାଲ । ସେହିପରି ୨୦୦ ମିଟରରେ ଦେଶକୁ ୧୬ ବର୍ଷ ପରେ ସେ ଦେଇଥିଲେ ମେଡାଲ ।

Share

Leave a Reply

Your email address will not be published. Required fields are marked *

four × four =