ଭାଇ ଆଗରେ ଚାଲିଗଲା ଭଉଣୀର ଜୀବନ

କଟକ: ରାତି ପାହିଲେ ରାକ୍ଷୀ ପୂର୍ଣ୍ଣିମା । ଭାଇ-ଭଉଣୀଙ୍କ ଲାଗି ଏକ ପବିତ୍ର ଦିନ । ତେବେ ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଘଟିଛି ଏକ ଅଭାବନୀୟ ଘଟଣା । ଭାଇ ଆଗରେ ଚାଲିଗଲା ଭଉଣୀ ଜୀବନ । ସୂଚନା ଅନୁସାରେ କଟକ କାଠଯୋଡି ବିଜ୍ର ଉପରେ ଏକ ବାଇକକୁ ପଛପଟୁ ଧକ୍କା ଦେଇଛି ଟ୍ରକ୍ । ଏକ ବାଇକ୍ ଯୋଗେ ଭୁବନେଶ୍ୱରରୁ ଭାଇ-ଭଉଣୀ ଢେଙ୍କାନାଳ ଯାଉଥିବା ସମୟରେ ଘଟିଛି ଏଭଳି ମର୍ମନ୍ତଦ ସଡ଼କ ଦୂର୍ଘଟଣା । ଘଟଣାସ୍ଥଳରେ ଭଉଣୀର ମୃତ୍ୟୁ ହୋଇଥିବା ବେଳେ ଭାଇ ଗୁରୁତର ଭାବରେ ଆହାତ ହୋଇଥିବା ସୂଚନା । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସଦର ଥାନା ପୋଲିସ୍ ଟ୍ରକ୍ ଟିକୁ ଅଟକ ରଖିଥିବା ବେଳେ ଗାଡି ଛାଡି ଡ୍ରାଇଭର ଫେରାର ହୋଇଥିବା ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

nine + 15 =