କେନ୍ଦ୍ରାପଡାରେ ପୁଣି ଡଙ୍ଗାବୁଡି

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ବିଜୟନଗର ଘାଟରେ ଏକ ଡଙ୍ଗା ବୁଡିଯିବା ଘଟଣା ଏ ଅଂଚଳରେ ପୁଣି ଆତଙ୍କ ଖେଳାଇ ଦେଇଛି । ଗତ କିଛିଦିନ ତଳେ କେନ୍ଦ୍ରାପଡା ଜିଲ୍ଲାରେ ଏଭଳି ଆଉ ଏକ ଡଙ୍ଗାବୁଡି ଘଟଣାରେ କିଛି ଲୋକ ପ୍ରାଣ ହରାଇଥିଲେ । ଲୋକଙ୍କ ମନରୁ ଏହି ଭୟ ଓ ଆତଙ୍କ ଦୂର ହୋଇନଥିବା ବେଳେ ପୁଣି ଏକ ଡଙ୍ଗାବୁୂଡି ଘଟଣା ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଗୋବରୀ ନଦୀର ବିଜୟନଗର ଘାଟରୁ ଏକ ଡଙ୍ଗାରେ ସାଇକେଲ, ମଟରସାଇକେଲ ସହ ପ୍ରାୟ ୧୫ରୁ ଉଦ୍ଧ୍ୱର୍ଯାତ୍ରୀ ନଦୀ ପାର ହୋଇ କେଆରବାଙ୍କକୁ ଯାଉଥିବା ବେଳେ ଡଙ୍ଗାଟି ଅଧା ବାଟରେ ବୁଡି ଯାଇଥିଲା । ସ୍ଥାନୀୟ ଲୋକ ମାନେ ଖବର ପାଇ ପ୍ରାୟ ୧୫ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । କୌଣସି ମୃତାହାତ ହୋଇନଥିବା ଖବର ମିଳିଛି । ତେବେ ପାଣିରେ ବୁଡିଯାଇଥିବା ସାଇକେଲ ଓ ମଟରସାଇକେଲକୁ ଉଦ୍ଧାର କରାଯାଇ ପାରିନାହିଁ ।

Share

Leave a Reply

Your email address will not be published. Required fields are marked *

1 × 4 =