କାର ଦୁର୍ଘଟଣାରେ ଜଣେ ମୃତ

ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଦୁଇଟି କାର୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ୭ ଜଣ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଅଞ୍ଚଳର ଇଞ୍ଜିନିୟର ସନ୍ତୋଷ କୁମାର ସାମନ୍ତରାୟ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ତମାଣ୍ଡୋ-ଯାଆଁଳା ମଧ୍ୟ ରାସ୍ତାରେ ଥିବା ପେଟ୍ରୋଲ ପମ୍ପ୍ ସମ୍ମୁଖରେ ତାଙ୍କ କାର୍ କୁ ବିପରୀତ ଦିଗକୁ ଆସୁଥିବା ଅନ୍ୟ ଏକ କାର୍ ଧକ୍କା ଦେଇଥିଲା । ଫଳରେ ଇଞ୍ଜିନିୟର ସନ୍ତୋଷ କୁମାର ସାମନ୍ତରାୟଙ୍କର ମୃତ୍ୟୁ ହୋଇଛି । ଉଭୟ କାରରେ ଥିବା ୭ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

seventeen + 16 =