କୋଣାର୍କ କୋର୍ଟରେ ହାଜର ହେବେ ଅଭିଜିତ

ନୂଆଦିଲ୍ଲୀ –ଓଡିଶା ସଂମ୍ପର୍କରେ ଆପତିଜନକ ମନ୍ତବ୍ୟ ଦେଇ ନିଜାମଉଦ୍ଦିନ ପୁଲିସ ଦ୍ୱାରା ଗିରଫ ହୋଇଥିବା ଅଭିଜିତ ଆୟାର ମିତ୍ରଙ୍କୁ ସାକେତ କୋର୍ଟ ଜାମିନ ମଂଜୁର କରିଛନ୍ତି । ଦିଲ୍ଲୀ ପୁଲିସ ଅଭିଜିତଙ୍କୁ କୋର୍ଟରେ ହାଜର କରିବା ପରେ ଓଡିଶା ପୁଲିସ ପକ୍ଷରୁ ତାଙ୍କୁ ଟ୍ରାଂଜିଟ ରିମାଣ୍ଡରେ ନେବାପାଇଁ କୋର୍ଟରେ ଆବେଦନ କରାଯାଇଥିଲା । କିନ୍ତୁ ପୁଲିସ ଏ ସଂକ୍ରାନ୍ତରେ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିନପାରିବାରୁ ବିଚାରପତି ଅଭିଜିତଙ୍କୁ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ସର୍ତ ମୂଳକ ଜାମିନ ମଂଜୁର କରିଛନ୍ତି । ୨୮ ତାରିଖ ପରେ ଅଭିଜିତ କୋଣାର୍କ ଥାନାରେ ହାଜର ହେବା ପାଇଁ କୋର୍ଟ ନିର୍ଦେଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

17 + 20 =