ଆସନ୍ତାକାଲି ଗୃହ କମିଟିରେ ହାଜର ହେବେ ଅଭିଜିତ

ଆସନ୍ତା କାଲି ଗୃହ କମିଟିରେ ହାଜର ହେବେ ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ୍ ଆୟାର । ଓଡିଶାର କଳା ସଂସ୍କୃତିକୁ ନେଇ ଦେଇଥିବା ମନ୍ତବ୍ୟ ଏବଂ ବିଧାୟକମାନଙ୍କୁ ବୋକା କହିଥିବା ପ୍ରସଙ୍ଗରେ ଗୃହ କମିଟିରେ ହାଜର ହେବାକୁ ନୋଟିସ୍ ହୋଇଥିଲା । ତେବେ ଓଡ଼ିଶା ଆସିବାର ଗତ କିଛି ଦିନ ପୂର୍ବରୁ ଜାତୀୟ ଗଣମାଧ୍ୟକୁ ଏକ ସାକ୍ଷାତକାର ଦେଇ ଅନୁତାପ କରିଥିଲେ ଆୟାର । ସେ କହିଥିଲେ ଯେ, କୋର୍ଣାକ ମନ୍ଦିଣ ଓ ଓଡିଶା ସର୍ମ୍ପକରେ ଦେଇଥିବା ଟ୍ୱିଟ୍ ଯଦି କାହା ମନରେ ଆଘାତ ଦେଇଥାଏ ସେଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି ଏବଂ ଏଥିରୁ ମୋତେ ନୀତିଶିକ୍ଷା ମିଳିଛି ସୋସିଆଲ ମିଡିଆରେ କୌଣସି ମତ ରଖିବା ପୂର୍ବରୁ ଜାଣିବା ଦରକାର ଯେ ଏହା କାହାକୁ ଆଘାତ ପହଞ୍ଚାଉନି ତ ! ଏହାସହ ବୈଜୟନ୍ତ କିଏ ବୋଲି ଜାଣି ନଥିବା ମଧ୍ୟ କହିଥିଲେ ଅଭିଜିତ୍ ।
ତେବେ ଆସନ୍ତା କାଲି ସକାଳ ବିମାନ ଯୋଗେ ଅଭିଜିତ୍ ଭୁବନେଶ୍ୱରରେ ପହଁଚିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଭୁବନେଶ୍ୱରରେ ପହଁଚିବା ପରେ ସେ ସିଧାସଳଖ ବିଧାନସଭାକୁ ଯାଇ ଗୃହ କମିଟି ସମ୍ମୁଖରେ ହାଜର ହେବେ । ତେବେ ତାଙ୍କ ସୁରକ୍ଷା ପାଇଁ ମଧ୍ୟ ଓଡ଼ିଶା ପୋଲିସ ସଜାଗ ରହିଛି । କାରଣ ଓଡ଼ିଶାବାସୀଙ୍କ ମନକୁ ଆଘାତ ଦେଲା ଭଳି ମନ୍ତବ୍ୟ ଦେଇଥିବାରୁ ଲୋକାମନଙ୍କ ମଧ୍ୟରେ ଏକ ପ୍ରକାର ଅସନ୍ତୋଷ ଦେଖାଦେଇଛି ।
ସବୁଠାରୁ ବଡ଼ କଥା ହେଲା ଯେ ପୁର୍ବରୁ ଗତ ୧୧ ତାରିଖ ଦିନ ଗୃହ କମିଟି ଆଗରେ ବାତ୍ୟା ତିତଲି ପାଇଁ ହାଜର ହୋଇ ପାରିନଥିଲେ ଆୟାର । ତେଣୁ ବାଚସ୍ପତି ଓ ଗୃହ କମିଟି ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନିକଟକୁ ଦୁଇଟି କ୍ଷମା ପ୍ରାର୍ଥନା ଇ-ମେଲ୍ ପଠାଇଥିଲେ । ଯାହାକୁ ନେଇ ଗୃହ କମିଟି କହିଥିଲେ ଯେ, ଆୟାରଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡ଼ିବ । ତେଣୁ ତାଙ୍କୁ ପୁନର୍ବାର ଆସନ୍ତା କାଲି ହାଜର ହେବାକୁ ନୋଟିସ୍ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

twelve − twelve =